ଆଜି ବି ବଞ୍ଚି ରହିଛି ମାନବିକତା

ଅଜଣା ଶବ ଉଦ୍ଧାରରେ ସାମିଲ ହେଲେ ବିଜୁ ଯୁବବାହିନୀ ସଦସ୍ୟ

କଳାହାଣ୍ଡି,୧୩/୧୨:
ଆଜି ଲାଞ୍ଜିଗଡ଼ ରୋଡ଼-ନର୍ଲାରୋଡ଼ ରେଳଲାଇନର ୨୪୨/୧୩ ନମ୍ବର ଖୁଣ୍ଟ ପାଖରେ ଟ୍ରେନରୁ ଖସି ଜଣେ ଅଜଣା ବ୍ୟକ୍ତିର ମୃତ୍ୟୁ ଘଟିଥିବାବେଳେ ଶବ ଉଦ୍ଧାରରୁ ଆରମ୍ଭ କରି ପୁଲିସ ଓ ଜିଆରପିକୁ ଦୀର୍ଘ ସମୟ ଧରି ସହାୟତା କରି ଚର୍ଚ୍ଚାକୁ ଆସିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ବିଜୁ ଯୁବବାହିନୀ । ଜଣେ ଅଜଣା ବ୍ୟକ୍ତିର ଶବକୁ ସମ୍ମାନ ଦେବାକୁ ଉଦାରତା ପ୍ରଦର୍ଶନ ସହ ଏହାର ସଦସ୍ୟମାନେ ପ୍ରମାଣ କରି ଦେଇଛନ୍ତି ଯେ, ତଥାପି ବଞ୍ଚିଛି ମାନିବକତା । ଆଜି ସକାଳୁ ରେଳ ଲାଇନରେ ଶବ ପଡିଥିବା ଖବର ପାଇ ନର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । କିନ୍ତୁ କେବଳ ଦୁଇଜଣ କନ୍ଷ୍ଟେବଲ୍ ହିଁ ଶବ ପାଖରେ ଜଗି ରହିଥିଲେ ।

Omkar Vasthu
Omkar Vasthu

କାଳେ କୌଣସି ସହାୟତାର ଆବଶ୍ୟକ ପଡିବ ବୋଲି ଗୋବର୍ଦ୍ଧନପୁର ପଞ୍ଚାୟତ ବିଜୁ ଯୁବବାହିନୀର ସକ୍ରିୟ ସଦସ୍ୟ ତଥା ଯୁବ ସମାଜସେବୀ ସୁଶୀଲ କୁମାର ବାଗଙ୍କ ନେତୃତ୍ୱରେ ବିଜୁ ଯୁବବାହିନୀର ସଭାପତି ପ୍ରୀତିକ ରଞ୍ଜନ ପରିଡା, କୋଷାଧ୍ୟକ୍ଷ ଅମିତ କୁମାର ପଧାନ, ସଦସ୍ୟ ଲଳିତ ବାଗ, ଜୟନ୍ତ ବାଗ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଥିଲେ ।

Pearl dental clinic
Near Ashish Medical Store, Bhawanipatna

ସାବାସ ବିଜୁ ଯୁବ ବାହିନୀ

ଏହାପରେ ବହୁ ବିଳମ୍ବରେ ଟିଟିଲାଗଡରୁ ଜିଆର୍ପି ପହଞ୍ଚଥିବାବେଳେ ସେତେବେଳ ପର୍ଯ୍ୟନ୍ତ ଜଙ୍ଗଲ ନିକଟରେ ପଡିଥିବା ଶବକୁ ସ୍ଥାନୀୟ ପୁଲିସ ସହିତ ମିଶି ଜଗି ରହିଥିଲେ ବିଜୁ ଯୁବବାହିନୀର ସଦସ୍ୟମାନେ । ଏହାପରେ ଜିଆରପି ଏଏସ୍ଆଇ ଲଲିନ୍ଦ୍ର ଡନ୍ସନା ଓ ଆରପିଏଫ୍ ଏଏସ୍ଆଇ ଏସକେ ଗରଡିଅଙ୍କ ସହିତ ଦୁଇଜଣ କନେଷ୍ଚବଲ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ସେମାନଙ୍କ ପାଖରେ ସୁଇପର୍ ନଥିବାରୁ ଡେରି ହେଲା ବୋଲି କହିଥିଲେ । ଏହାପରେ ମାନବିକତା ଦୃଷ୍ଟିରୁ ଜଣେ ଅଜଣା ବ୍ୟକ୍ତିର ଶବକୁ ସମ୍ମାନ ଦେବାକୁ ଯାଇ ଶ୍ରୀ ବାଗଙ୍କ ନେତୃତ୍ୱରେ ବିଜୁ ଯୁବବାହିନୀର ସଦସ୍ୟମାନେ ଜିଆରପିକୁ ଶେଷ ଯାଏଁ ତଦନ୍ତରେ ସହାୟତା ସହ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ତପସ୍ୱିନୀ ଏକ୍ସପ୍ରେସରେ ପଠାଇବା ପର୍ଯ୍ୟନ୍ତ ସାହାଯ୍ୟ କରିଥିଲେ ।

Udyog Nursery
Udyogi Nursery

ବିଜୁ ଯୁବବାହିନୀର ସଦସ୍ୟମାନଙ୍କ ସେବାକୁ ଟିଟିଲାଗଡ ଜିଆରପି ପକ୍ଷରୁ ପ୍ରଶଂସା କରାଯାଇଥିବାବେଳେ ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାପରେ ଗୋବର୍ଦ୍ଧନପୁର ବିଜୁ ଯୁବବାହିନୀର ଏତାଦୃଶ କାର୍ଯ୍ୟକୁ ରାଜ୍ୟର ବିଭିନ୍ନ ମହଳରୁ ବେଶ୍ ପ୍ରଶଂସା କରାଯାଇଛି । ଏପରିକି ଏହିପରି କିଛି ଯୁବ ନେତୃତ୍ୱ ଯୋଗୁଁ ବିଜୁ ଯୁବବାହିନୀ ଗଠନର ଉଦ୍ଦେଶ୍ୟ ସଫଳ ହୋଇପାରିଛି ବୋଲି ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.