ଚାନ୍ଦିଲି ଠାରେ ପଲ୍ଳୀରେ ପ୍ରଶାସନ କାର୍ଯ୍ୟକ୍ରମ

ରାୟଗଡ,୨୧/୧୦ : ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକାଭିମୁଖୀ କରିବା ତଥା ଗ୍ରାମବାସୀଙ୍କ ସାମୁହିକ ତଥା ବ୍ୟକ୍ତିଗତ ଅଭିଯୋଗଗୁଡିକକୁ ତୁରନ୍ତ ସମାଧାନ କରିବା ଲକ୍ଷ୍ୟ ନେଇ ରାୟଗଡ ଜିଲ୍ଳା ସଦର ପଂଚାୟତ ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ପଲ୍ଳୀରେ ପ୍ରଶାସନ କାର୍ଯ୍ୟକ୍ରମ ସୋମବାର ଦିନ ଚାନ୍ଦିଲି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ବିଡିଓ ରାଜେନ୍ଦ୍ର ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାୟଗଡ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ତହସିଲଦାର ସୁନୀଲ ଖରା, ସରପଂଚ ପେଦେଂଟି ସୁଆଇ, ବ୍ଳକ ଅଧ୍ୟକ୍ଷ ପେଦେଂଟି ରାମୁଲୁ, ଜିଲ୍ଳା ପରିଷଦ ସଭ୍ୟ ପି.ଗୈାରୀ ଶଙ୍କର, ସିଡିପିଓ ପୁଷ୍ପାଂଜଳୀ ମିଶ୍ର, ବ୍ଳକ ଶିକ୍ଷାଧିକାରୀ ରଜନୀକାନ୍ତ ସାମନ୍ତରାଏ ଓ ବିଭିନ୍ନ ବ୍ଳକସ୍ତରୀୟ କର୍ମକର୍ତା ପ୍ରମୁଖ ଉପସ୍ଥିତ ରହିଥିଲେ ।

ରାଜ୍ୟ ସରକାରଙ୍କ ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମର ଆଭିମୁଖ୍ୟ ତଥା ବର୍ଷା ଜଳ ଅମଳ ଓ ପରିଚାଳନା, ବଜ୍ୟବସ୍ତୁ ପରିଚାଳନା ଆଦି ବିଷୟରେ ଉପସ୍ଥିତ ଲୋକଙ୍କୁ ସଚେତନ କରାଇଥିଲେ । ଏହି ଶିବିରରେ ଭତା, ଜମିଜମା ମାମଲା, ଘରଡିହ ଆଦି ସଂର୍ପକୀତ ଆଦି ୩୯୩ଟି ଅଭିଯୋଗ ପ୍ରାପ୍ତ ହୋଇଛି । ସେହିପରି ୫୯ଜଣ ଅଣ ସଂଗଠିତ ଶ୍ରମିକମାନଙ୍କ ନାମ ପଂଜୀକରଣ ଦରଖାସ୍ତ ଦାଖଲ କରାଯାଇଥିଲା । ପୂର୍ବରୁ ପଂଜୀକୃତ ୭୧ଜଣ ଅଣସଂଗଠିତ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପେଂଟା, ଚାନ୍ଦିଲି, କାର୍ଲାକାଣା, କୁମୁଟିପେଂଠ ଓ କୁଲୀ ଗ୍ରାମ ପଂଚାୟତରୁ ଶତାଧିକ ଲୋକ ଯୋଗ ଦେଇଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.