କ୍ରସର ୟୁନିଟରେ ଅଘଟଣ, ବେଲ୍ଟରେ ପଡି ମହିଳା ଶ୍ରମିକଙ୍କ ମୃତ୍ୟୁ

ମା ମଝିଗୈାରୀ କ୍ରସରରେ କୈାଣସି ଶ୍ରମିକଙ୍କୁ ନିରାପତ୍ତା ସୁରକ୍ଷା ନିମିତ୍ତ ସୁରକ୍ଷା ବେଲଟ୍, ମାସ୍କ, ଗ୍ଳୋବସ୍, ଜୋତା ଆଦି କିଛି ସାମଗ୍ରୀ ପ୍ରଦାନ କରାଯାଉ ନଥିବାରୁ ଏପରି ଅଘଟଣ ଘଟୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି କ୍ରସରରେ ନିୟମ ମୁତାବକ କୈାଣସି ବ୍ୟବସ୍ଥା ନ ଥିବା ବେଳେ ସ୍ଥାନୀୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବାରୁ ଶ୍ରମିକମାନଙ୍କ ଜୀବନ ବାଜି ଲାଗିଛି ବୋଲି ଚର୍ଚ୍ଚାର ବିଷୟ ପାଲଟିଛି ।

ରାୟଗଡ,୩/୧୦ : ଏକ କ୍ରସର ୟୁନିଟରେ କାର୍ଯ୍ୟରତ  ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଘଟଣାଟି ଘଟିଛି ରାୟଗଡ ଜିଲ୍ଳା କୋଲନରା ବ୍ଳକ ଚାନ୍ଦିିଲି ଥାନା ଅନ୍ତର୍ଗତ ମଦନପୁର ଗ୍ରାମ ନିକଟରେ ଥିବା ମା ମଝିଗୈାରୀ କ୍ରସରରେ । ଏ ନେଇ ମିିଳିଥିବା ସୂଚନା ପ୍ରକାରେ ମା ମଝିଗୈାରୀ କ୍ରସର ୟୁନିଟରେ ମଦନପୁର ଗ୍ରାମର କତନା କେଡ୍ରୁକାଙ୍କ ସ୍ତ୍ରୀ ରଶ୍ମୀ କେଡ୍ରୁକା (୩୭) ଶ୍ରମିକ ଭାବେ କାମ କରୁଥିବା ବେଳେ ଗତ ଶୁକ୍ରବାର ଦିନ କ୍ରସର ବେଲ୍ଟରେ ଟାଣି ହୋଇ ଯିବା ଫଳରେ ଘଟଣାସ୍ଥଳରେ ଗୁରୁତର ହୋଇପଡି ମୃତ୍ୟୁ ବରଣ କରିଥିଲେ । ତେବେ ଦୁର୍ଘଟଣାକୁ ଦେଖି କ୍ରସରରେ କାର୍ଯ୍ୟରତ ଅନ୍ୟ ଶ୍ରମିକମାନେ ରଶ୍ମୀଙ୍କୁ କୋଲନରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ତେବେ ସେଠାରେ ଡ୍ୟିୁଟିରେ ଥିବା ଡାକ୍ତର ଭବାନୀ ଶଙ୍କର ବଇଦ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଏବଂ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଚାନ୍ଦିଲି ଥାନାକୁ ଏ ନେଇ ଖବର ଦେଇଥିଲେ । ଯାହାକୁ ନେଇ ସ୍ୱାମୀ କତାନା ଚାନ୍ଦିଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି ଚାନ୍ଦିଲି ପୋଲିସ । ସେହିପରି ଶନିବାର ଅପରାହ୍ନ ୧ଘଂଟା ସମୟରେ ଶବ ବ୍ୟବଚ୍ଛେଦ ପାଇଁ ରାୟଗଡକୁ ଅଣାଯାଇଥିଲା । ୨୧ଘଂଟା ଧରି ଶବକୁ ଅଣା ନ ଯାଇଥିବା ବେଳେ ଏହି ମା ମଝିଗୈାରୀ କ୍ରସରରେ କୈାଣସି ଶ୍ରମିକଙ୍କୁ ନିରାପତ୍ତା ସୁରକ୍ଷା ନିମିତ୍ତ ସୁରକ୍ଷା ବେଲଟ୍, ମାସ୍କ, ଗ୍ଳୋବସ୍, ଜୋତା ଆଦି କିଛି ସାମଗ୍ରୀ ପ୍ରଦାନ କରାଯାଉ ନ ଥିବାରୁ ଏପରି ଅଘଟଣ ଘଟୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି କ୍ରସରରେ ନିୟମ ମୁତାବକ କୈାଣସି ବ୍ୟବସ୍ଥା ନ ଥିବା ବେଳେ ସ୍ଥାନୀୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବାରୁ ଶ୍ରମିକମାନଙ୍କ ଜୀବନ ବାଜି ଲାଗିଛି ବୋଲି ଚର୍ଚ୍ଚାର ବିଷୟ ପାଲଟିଛି । ଅପରପକ୍ଷେ ଏ ନେଇ ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରଶାନ୍ତ କୁମାର ତ୍ରିପାଠୀଙ୍କୁ ଘଟଣା ସଂପର୍କରେ ପଚାରିବାରୁ ସେ ଶ୍ରମ ନିରୀକ୍ଷକଙ୍କୁ ଘଟଣାସ୍ଥଳକୁ ପଠାଇବେ ବୋଲି ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

 

——————————————————-

Pearl dental clinic
Near Ashish Medical Store, Bhawanipatna

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.