କଳାହାଣ୍ଡି ଚିତ୍ରଶିଳ୍ପୀ କଳାକାର ସଂଘର ସାଙ୍ଗଠୈନିକ ବୈଠକ

କୋକସରା,୩/୧୧ : କଳାହାଣ୍ଡି ଜିଲ୍ଲା ଚିତ୍ରଶିଳ୍ପୀ କଳାକାର ସଂଘର ସାଂଗଠୈନୀକ ବୈଠକ କୋକସରା ସରସ୍ବତୀ ଶିଶୁମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା କଳାକାର ସଂଘର ସଭାପତି ହିମାଂଶୁ ଶେଖର ନାଏକ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ବାରା କଳାକାରମାନଙ୍କ ଅପକାର ଓ ଉପକାର ବିଷୟରେ ସମ୍ୟକ ଧାରଣା ଦେଇଥିଲେ। ସରକାରୀ ପ୍ରୋତ୍ସାହନ ଓ କଳାକାର ମାନଙ୍କୁ ଅଣଦେଖା କରିବାରୁ କଲାକାର ମାନେ ବେରୋଜଗାର ହୋଇ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି।କଳାକାର ମାନେ ବିଭିନ୍ନ ସଚେତନ ଧର୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜରୁ କୁସସ୍କାର ଅନ୍ଧବିଶ୍ବାସ ଶିକ୍ଷା ଓସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିପାରିବେ ବୋଲି କହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ଗୋପିନାଥ ରାଉତ, ରାଜେଶ ନିଆଲ, ଗୋପାଲ ପାତ୍ର, ନିଳକଣ୍ଠ ଧଙ୍ଗଡାମାଝୀ, ପ୍ରଦୀପ ପାଟ୍ଟଜୋଷୀ ଯୋଗ ଦେଇଥିଲେ।ଗଜିନ୍ଦ୍ର ନାଗ ସଭା ପରିଚାଲନା କରିଥିବାବେଲେ, କୋକସରା ଚିତ୍ରଶିଳ୍ପୀ ଶାଖାର କର୍ମକର୍ତ୍ତା ହେମନ୍ତ କୁମାର ଧଙ୍ଗଡାମାଝୀ, ଶିଶିର ପାତ୍ର, ପ୍ରେମଚାନ୍ଦ ତାଣ୍ଡି, ଯୋଗିନ୍ଦ୍ର ନାଏକ, ସୁଧାଶୁଂ ଶେଖର ସାହୁ, ଦେବରାଜ ପଟେଲ, ଲକ୍ଷ୍ମଣ ମାଝୀ ଓ ବିଭିନ୍ନ ବ୍ଳକର ଚିତ୍ରଶିଳ୍ପୀ ମାନେ ଉପସ୍ଥିତ ରହିଥିଲେ ।

Udyog Nursery
Udyogi Nursery
କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.