ଅଏଁଲାପାଲି ଗିରିଗୋବର୍ଦ୍ଧନ ପୂଜାରେ କଂସ ଦରବାର

କଂସ ବଧ ସହ ଉଦଯାପିତ ହେଲା ଉତ୍ସବ

ଦଶ ହଜାରରୁ ଉର୍ଦ୍ଧ ଜନ ସମାଗମ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଏଁଲାପାଲିଠାରେ ଚାଲିଥିବା ଗିରିଗୋବର୍ଦ୍ଧନ ପୂଜା ଅବସରରେ କଂସ ଦରବାର ଗତ ଶୁକ୍ରବାର ଅନ୍ତିମ ରଜନୀରେ କଂସ ବଧ ସହିତ ଉଦଯାପିତ ହେଇଥିବାବେଳେ ଦଶହଜାରରୁ ଉର୍ଦ୍ଧ ଜନସମାଗମ ହେଇଥିବା ଦେଖିବାକୁ ମିଳିଥିଲା । ହଜାର ହଜାର ସଂଖ୍ୟାରେ ଲୋକଙ୍କ ଉପସ୍ଥିତିରେ ଅନୁଷ୍ଠିତ ଶେଷ ରଜନୀରେ କଂସଙ୍କ ବିଭିନ୍ନ ଦୃଶ୍ୟ ଜନସାଧାରଣରେ ଉତ୍ସୁକତା ଭରିଦେଇଥିଲା । ରଙ୍ଗ ମଂଚରେ ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରଙ୍କ ଦ୍ୱାରା ରେକର୍ଡ଼ ଡ଼୍ୟାନ୍ସ ପରିବେଷିତ ହେଇଥିଲା । କମିଟୀର ସଭାପତି ଭାବୀନ ଶଙ୍କର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ର ସାହୁ, ଝସକେତନ ସାହୁ, ତାପସ ସାହୁ, ସତ୍ୟନାରାୟଣ ସାହୁଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ । ବିଭିନ୍ନ ଦିବସରେ ବହୁବିଶିଷ୍ଟ ଅତିଥିମାନେ ଯୋଗଦେଇଥିବାବେଳେ ଅନ୍ତିମ ଦିବସର ରଙ୍ଗମଂଚରେ ମଧ୍ୟ ଅତିଥିମାନେ ଯୋଗଦେଇ କଂସ ଦରବାରରେ ନିଜ ନିଜର ବକ୍ତବ୍ୟ ରଖିବା ସହିତ କଂସ ମହାରାଜ ଉପସ୍ଥିତ ଜନସାଧାରଣଙ୍କୁ ଗିରି ଗୋବର୍ଦ୍ଧନ ପୂଜା କମିଟୀର ଆଜୀବନ ସଦସ୍ୟତା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବା ପରେ ମଂଚରେ ଥିବା ଅତିଥିମାନଙ୍କ ମଧ୍ୟରୁ ଈଶ୍ୱର ମାଝୀ, ପ୍ରଶାନ୍ତ ସାମନ୍ତରା, କୃଷ୍ଣଚନ୍ଦ୍ର ପାତ୍ର ମଂଚରେ ହିଁ ସଦସ୍ୟତା ଗ୍ରହଣ କରିଥିଲେ । ଠିକ୍ ସେହିପରି ମ.ରାମପୁର ବ୍ଲକ ଡ଼ମ୍ବ କର୍ଲାଖୁଂଟା ଗିରିଗୋବର୍ଦ୍ଧନ ପୂଜାରେ ଡ଼୍ୟାନ୍ସ ଡ଼୍ୟାନ୍ସ ଧମାକା ଅନୁଷ୍ଠି ହେଇଯାଇଛି । ପ୍ରାରମ୍ଭରେ କମିଟୀର ସଭାପତି, ସଂପାଦକଙ୍କ ଦ୍ୱାରା ପୂଜର୍ଚ୍ଚନା ପରେ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ କମଳ ଲୋଚନ ଧଙ୍ଗଡ଼ାମାଝୀ । ବିଚାରକ ଭାବରେ ପ୍ରଦୀପ କୁମାର ଜେନା, ଅଶୋକ ବଗର୍ତ୍ତୀ, ଅବିନାଶ କହଁର(ରାଜା) ପ୍ରମୁଖ ଉପସ୍ଥିତ ରହିଥିବାବେଳେ ମଂଚ ପରିଚାଳନା କରିଥିଲେ ହେମନ୍ତ ସାହୁ ଏବଂ ସୁଶାନ୍ତ ମିଶ୍ର ।

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.