ବାପୁଜୀ ଯୁବ ସାଂସ୍କୃତିକ ଅନୁଷ୍ଠାନ ଲାଞ୍ଜିଗଡ ବଡପଡାର ୧୪ତମ ବାର୍ଷିକ ଉତ୍ସବ

୧୦୦ରୁ ଉର୍ଦ୍ଧ ବୟସ୍କ ନାଗରିକଙ୍କୁ ବସ୍ତ୍ର ପ୍ରଦାନ

ଲାଞ୍ଜିଗଡ,୫/୧୧, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ବଡ଼ପଡା ବାପୁଜୀ ଯୁବ ସଂସ୍କୃତିକ ଅନୁଷ୍ଠାନର ୧୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଗିରିଧାରୀ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ବ୍ୟକ୍ତିତ୍ବ ଶ୍ରୀବଚ୍ଛ ତାଣ୍ଡି, ମୁଖ୍ୟ ବକ୍ତା ଭାବେ ନିକୁମ୍ଭ ତାଣ୍ଡି, ସମ୍ମାନିତ ଅତିଥିଭାବେ ପରମାନନ୍ଦ ନାଏକ, ବିଶିକେସନ ନାଏକ, ଧନିଆ ତାଣ୍ଡି, କ୍ଷିତ ନାଏକ ଓ ଉଜଳ ନାଏକ ପ୍ରମୂଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ପଡାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଅଞ୍ଚଳର ୧୦୦ରୁ ଉର୍ଦ୍ଧ ବୟସ୍କ ନାଗରିକ ଓ ଜରୁରୀ ଅନୁଭବ କରୁଥିବା ଲୋକ ମାନଙ୍କୁ ଅତିଥି ମାନେ ବସ୍ତ୍ର ପ୍ରଦାନ କରିଥିଲେ। ଏଥିରେ କ୍ଳବର ଉପସଭାପତି ପ୍ରକାଶ ତାଣ୍ଡି, ସଂପାଦକ ଚନ୍ଦ୍ରଧ୍ୱଜ ତାଣ୍ଡି, ସହସଂପାଦକ ଶିମାଞ୍ଚଳ ନାଏକ, କୋଷାଧ୍ୟକ୍ଷ ବସନ୍ତ ନାଏକ, ଦାସରଥୀ ତାଣ୍ଡି, ବିଜୟ ନାଏକ, ରାଜେସ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଚନ୍ଦ୍ରଧ୍ୱଜ ତାଣ୍ଡି ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଦେଇଥିଲେ।

ଲାଞ୍ଜିଗଡ ବ୍ଲକ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.