ପାଠ ସହିତ ସାଠ ବି ଦରକାର 

କୁଆଙ୍ଗବସା ଠାରେ ଭିଆରଓ ଓଡିଶା ପକ୍ଷରୁ ଶିଶୁ ମହୋତ୍ସବ-୨୦୧୯

ଲାଞ୍ଜିଗଡ଼,୫/୧୧ : କେବଳ ପାଠପଢାକୁ ଗୁରୁତ୍ୱ ଦେଲେ ହେବନାହିଁ, ଏହାସହିତ ସାଠ ବି ଦରକାର । କାରଣ ପାଠପଢା ସହିତ ନିଜ ଭିତରର ପ୍ରତିଭା ବିକାଶ କରିବା ଜରୁରି । ଏ ଦିଗରେ ଶିକ୍ଷକ ଓ ଅଭିଭାବକମାନେ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର କୁଆଙ୍ଗବସାଠାରେ ଅନୁଷ୍ଠିତ ଶିଶୁ ମହୋତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ଭିଲେଜ ରିକନ୍ଷ୍ଟ୍ରକ୍ସନ ଅର୍ଗାନାଇଜେସନ୍ (ଭିଆରଓ) ଓଡିଶା ପକ୍ଷରୁ ଆୟୋଜିତ ଏହି ଶିଶୁ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଏବିଡିଓ ବିଭୁତିଭୂଷଣ ଶତପଥି, ମୁଖ୍ୟବକ୍ତା ଭାବେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ ଯୋଗଦେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ଲାଞ୍ଜିଗଡ ବ୍ଲକ ସିଡିପିଓ କୁସୁମ କୁମାରୀ ପ୍ରହରାଜ, ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ, ବିଶ୍ୱନାଥପୁର ସରପଞ୍ଚ ପିଙ୍କି ସିରିକାକା, ପୋଖରୀବନ୍ଧ ସରପଞ୍ଚ କାମେଶ୍ୱର ଜେନା, ଲାଞ୍ଜିଗଡ ବ୍ଲକ ସମ୍ବାଦ ପ୍ରତିନିଧି କ୍ଷମାନିଧି ମହାଖୁଡ଼, ଲାଞ୍ଜିଗଡ ପ୍ରସକ୍ଲବ ସଂପାଦକ ସୁଶୀଲ କୁମାର ବାଗ, ଗୋପଲ ଦାସ ମହାନନ୍ଦ ପ୍ରମୁଖ ଯୋଗଦେଇଥିଲେ ।

ଭିଲେଜ୍ ରିକନଷ୍ଟ୍ରକ୍ସନ ଅର୍ଗାନାଇଜେସନର ଓଡିଶା ମୁଖ୍ୟ ଫାଦର ଜର୍ଜ ଏନ୍ଥୋନିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ଅର୍ଗାନାଇଜେସନର ଦକ୍ଷିଣ ଓଡିଶା ମୁଖ୍ୟ ତଥା କୁଆଙ୍ଗବସାର ମୁଖ୍ୟ ପରିଚାଳକ ଅମିତା ବେହେରା ସଭାପତିତ୍ୱ କରିଥିଲେ । ଉତ୍ସବ ପରିଚାଳନାରେ ଅର୍ଗାନାଇଜେସନର ଯୁବ ସଂଘ କାର୍ଯ୍ୟକର୍ତ୍ତା ପାର୍ବତୀ ମହାରଣା, କର୍ମକର୍ତ୍ତା ଅଞ୍ଜଳି ରଣା, ଅକ୍ଷୟ ନାଏକ, ଝରଣା ସାହୁ, ଦୁର୍ଗା ବେହେରା, ନିତୁ ଦଣ୍ଡସେନା, ରଶ୍ମିତା ନାଲା, ଜ୍ୟୋସ୍ନା ସାହୁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ଅବସରରେ ବିଶ୍ୱନାଥପୁର ଅଞ୍ଚଳର କଲୋନୀ ପଡ଼ା, ଅଲାଭଟା, ଭୀରର୍କା ପଡ଼ା, କେନ୍ଦୁପଡା, ବିଶ୍ୱନାଥପୁର ବିଭିନ୍ନ ସ୍କୁଲର ୪୦୦ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ୧୦ଟି ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଲାଞ୍ଜିଗଡ ବ୍ଲକ ପ୍ରତିନିଧି ଦୁଶଖିଶ୍ୟାମ ନାଗ(ନିଲେଶ)ଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.