କୋକସରା ଜୁନିୟର ସାମ୍ବାଦିକ ସଂଗଠନ ପକ୍ଷରୁ ସାମ୍ବାଦିକ ଏକତା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ

କୋକସରା,୫/୧୧ : ସାମ୍ବାଦିକ ମାନେ ନିଜ ନିଜ ମଧ୍ୟରେ ଭାତୃତ୍ବ ଭାବ ରଖି ସମାଜରେ ଅବହେଳିତ ବକ୍ତି ବା ପରିବାରକୁ ଗଣମାଧ୍ୟମ ମାଧ୍ୟମରେ ସହଯୋଗ କରିବାସହ ତାଙ୍କର ଆବଶ୍ୟକତାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ କୋକସରା ଜୁନିୟର ସାମ୍ବାଦିକ ସଂଗଠନର ସାମ୍ବାଦିକ ଏକତା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କଳମପୁର ଜୋନ୍-୧ ଜିଲ୍ଲାପରିଷଦ ସଦସ୍ୟ ବିଜୟ ଦେବ ସାହୁ ମତବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

ଆଜି (ମଙ୍ଗଳବାର) କୋକସରା ବ୍ଲକ ଜୁନିୟର ସାମ୍ବାଦିକ ସଂଗଠନ ପକ୍ଷରୁ ଆମପାଣି ଠାରେ ସାମ୍ବାଦିକ ଏକତା ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ଚକ୍ରଧର ବେଶ୍ରା ଓ ଜଗଦୀଶ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳମପୁର ଜୋନ୍ ନ-୧ ଜିଲ୍ଲାପରିଷଦ ସଭ୍ୟ ଯୁବ ନେତା ବିଜୟ ଦେବ ସାହୁ, ସମ୍ମାନିତ ଅତିଥି ଭାବେ ଆମପାଣି ଥାନା ଏଏସଆଇ ରମେଶ ଚନ୍ଦ୍ର ପଟ୍ଟନାୟକ, କୋକସରା ଓକିଲ ସଂଘ ସଭାପତି ପଞ୍ଚାନନ ବେଶ୍ରା, ଆମପାଣି ସରପଂଚ ଟିକିଚନ୍ଦ୍ର ଧଙ୍ଗଡାମାଝୀ, ସମାଜ ସେବୀ ଜିତୁ ପଣ୍ଡା, ସାମ୍ବାଦିକ ଲକ୍ଷଜୋତି ଜାଲ, ଇଂଗିତ ପଣ୍ଡା, ବାଲକୃଷ୍ଣ ନାଏକ, ବିଜୟ ପଣ୍ଡା, ତାପସ ରାୟ ପ୍ରମୂଖ ମଂଚାସୀନ ରହି ନିଜ ନିଜର ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

 

ମୂଖ୍ୟବକ୍ତା ଭାବରେ କଳାହାଣ୍ଡି ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସଂପାଦକ ତଥା ନିର୍ଭିକ ସାମ୍ବାଦିକ ରଜନି ମିଶ୍ର ଯୋଗଦେଇ ନିଜ ବକ୍ତବ୍ୟରେ ସାମ୍ବାଦିକ ମାନଙ୍କ ପ୍ରତି ଅନ୍ୟ ରାଜ୍ୟ ଗୁଡିକରେ ବିଭିନ୍ନ ପ୍ରକାର ସୁବିଧା ସୂଯୋଗ ଥିବାସ୍ଥଲେ ଓଡିଶାର ସାମ୍ବାଦିକ ମାନଙ୍କ ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଉନଥିବା ପ୍ରକାଶ କରିଥିଲେ । 

ପ୍ରଥମେ ଅତିଥି ମାନେ ମଞ୍ଚାସୀନ ହେଲାପରେ ଦୀପପ୍ରଜ୍ଜ୍ୱଳନ କରି କୋକସରା ବ୍ଲକର ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ କୁମୁଦ ଚନ୍ଦ୍ର ନାଏକଙ୍କ ସ୍ମୁତିରେ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । 

ସାମ୍ବଦିକ ଚନ୍ଦ୍ରଧ୍ୱଜ ଲହଜଲ, ଗଣେଷରାମ ବାଗ, ସୁବାଷ ଚନ୍ଦ୍ର ବାଗ, ଲକ୍ଷ୍ମିରଂଜନ ବାଗ ପ୍ରମୂଖ କାର୍ଯ୍ୟକ୍ରମର ପ୍ରତ୍ୟେକ ଦିଗ ଉପରେ ଦିଗଦର୍ଶନ ଦେଇଥିବା ବେଳେ ସାମ୍ବାଦିକ ବସନ୍ତ ସରାବୁ, ଧମେନ୍ଦ୍ର ଦାସ, ସଂଜୀବ କୁମାର ଦାସ, ତ୍ରିନାଥ ବେଶ୍ରା, ବଂଶିଧର ବେଶ୍ରା, ଯୋଗେନ୍ଦ୍ର ବାରୀକ, ତୁଲାରାମ ବେହେରା ପ୍ରମୂଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ । ସାମ୍ବାଦିକ ହିରଣ୍ୟ ବେହେରା ମଞ୍ଚ ଓ ନିବେଦକ ଚକ୍ରଧର ବେଶ୍ରା ସଭା ପରିଚାଳନା କରିଥିଲେ ।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.