ଚାଷ ଓ ଚାଷୀଙ୍କ ମିଳନର ମହାପର୍ବ : କୃଷକ ସଂପର୍କ ମେଳା

ଲାଞ୍ଜିଗଡ ବ୍ଲକ ଲାଞ୍ଜି ଠାରେ କୃଷକ ସଂପର୍କ ମେଳା

Omkar Vasthu
Omkar Vasthu

ଲାଞ୍ଜିଗଡ଼,୬/୧୧ : ଧିରେଧିରେ ଲୋକେ ଚାଷ ଆଡ଼କୁ ଆକର୍ଷିତ ହେଉଥିବାବେଳେ ମହିଳାମାନେ ମଧ୍ୟ ଏ ଦିଗରେ ଆଗେଇ ଆସୁଥିବା ଏକ ଶୁଭସୂଚନା ଅଟେ । ତେବେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଆତ୍ମା ଦ୍ୱାରା ଚାଷୀମାନଙ୍କୁ ସହାୟତା ଦିଆଯିବା ଦ୍ୱାରା ଚାଷୀମାନେ ଆହୁରି ଲାଭବାନ ହୋଇଛନ୍ତି । ଏହାଦ୍ୱାରା କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ସମ୍ଭବ ହୋଇପାରିଛି ବୋଲି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ଠାରେ ଅନୁଷ୍ଠିତ କୃଷକ ସଂପର୍କ ମେଳାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସେହିପରି କୃଷକ ଓ କୃଷି ଅଧିକାରୀମାନଙ୍କ ସହିତ ସିଧାସଳଖ ଯୋଗାଯୋଗ ସହିତ ମତ ବିନିମୟ ପାଇଁ କୃଷକ ସଂପର୍କ ମେଳା ମିଳନର ଏକ ମହାପର୍ବ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଲାଞ୍ଜିଗଡ଼ ବ୍ଲକ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡିଶା ସରକାର ଦ୍ୱାରା ଆୟୋଜିତ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି, ସମ୍ମାନିତ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ଅନ୍ତର୍ଯ୍ୟାମୀ ମଲ୍ଲିକ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ. ଫକୀରମୋହନ ମାଝୀ, ଏଫ୍ଆଇଏସି ଅଧ୍ୟକ୍ଷା ସୁବର୍ଣ୍ଣି ଗଉଡ଼, ଅତିରିକ୍ତ ଉଦ୍ୟାନ ବିଭାଗ ଅଧିକାରୀ ଅନନ୍ତ ନାରାୟଣ ପଣ୍ଡା, ଅତିରିକ୍ତ ମତ୍ସ୍ୟ ଅଧିକାରୀ ଦେବବ୍ରତ ନାଏକ, ପ୍ରାଣୀ ସଂପଦ ବିଭାଗର ଜ୍ୟୋସ୍ନାରାଣୀ ସିଂହ, କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀ ଦେବେନ୍ଦ୍ର ନାରାୟଣ ପାଢୀ, ବିଧାୟକଙ୍କ ପ୍ରତିନିଧି ପ୍ରଦୀପ ଘଡେଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ, ଲାଞ୍ଜି ସରପଞ୍ଚ ବିଷ୍ଣୁଚରଣ ଭୋଇ, କାନକୁଟ୍ରୁ ସରପଞ୍ଚ ସରସ୍ୱତୀ ମାଝୀ, ପୋଖରୀବନ୍ଧ ସରପଞ୍ଚ କାମେଶ୍ୱର ଜେନା, ଅବସରପ୍ରାପ୍ତ କୃଷି କର୍ମଚାରୀ ରଘୁବୀର ନାଗ, ଜନସାହାଯ୍ୟର ସଂପାଦକ ସୀତାଦେବୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଅତିରିକ୍ତ କୃଷି ଅଧିକାରୀ ସୁଧାଂଶୁଶେଖର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମେଳାରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଜିଲ୍ଲା ଜଳ ପରିଚାଳନା ବିଶେଷଜ୍ଞ ଜାନକୀବଲ୍ଲଭ ମହାପାତ୍ର । ଏହି ଅବସରରେ ବିଭାଗ ଦ୍ୱାରା ଏକ ଆକର୍ଷଣୀୟ ଖାଦ୍ୟ ପ୍ରଦର୍ଶନୀ ସମସ୍ତଙ୍କ କେନ୍ଦ୍ରବିନ୍ଦୁ ସାଜିଥିଲା । ସେହିପରି ବିଭାଗ ପକ୍ଷରୁ ମାଁ ଭୈରବୀ ଓ ମାଁ ମଙ୍ଗଳା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଉଲ୍ଲେଖନୀୟ କୃଷି କାର୍ଯ୍ୟ ପାଇଁ ଦଶ ହଜାର ଟଙ୍କା ଲେଖାଁଏ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍ୟାନ ବିଭାଗ, ମତ୍ସ୍ୟ ବିଭାଗ, ପ୍ରାଣୀ ସଂପଦ ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗ, ଜନସାହାଯ୍ୟ ସ୍ୱେଚ୍ଛାସେବୀ ସଂସ୍ଥା ସହାୟତା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଉଦ୍ୟାନ ବିଭାଗ ଅଧିକାରୀ ସାରଙ୍ଗଧର ପଣ୍ଡା, କୃଷି କର୍ମଚାରୀ ଭାସ୍କର ମାଝୀ, ପ୍ରମୋଦ ମିଶ୍ର, ପ୍ରଭାକର ଧଳ, ଲକ୍ଷ୍ମୀ ବିଶ୍ୱାଳ, ଦୀପ୍ତିମଣି କୁମ୍ଭାର, ପୁଷ୍ପାଞ୍ଜଳି ମହାକୁଡ଼ଙ୍କ ସମେତ କୃଷକ ସାଥୀ ଓ ଲାଞ୍ଜି ଗ୍ରାମବାସୀ ସହଯୋଗ କରିଥିଲେ । ଏଥିରେ ବ୍ଲକର ଲାଞ୍ଜି, ବେନ୍ ଗାଁ, କାନକୁଟ୍ରୁ, ବନ୍ଧପାରି, ବେଡ଼ାଗାଁ, କୁମଖାଲ, ଲାଖବାହାଲି, ବିଜେପୁର, ପାହାଡ଼ପଦର, ବିଶ୍ୱନାଥପୁର, ପୋଖରୀବନ୍ଧ ଆଦି ଗ୍ରାମ ପଞ୍ଚାୟତ ଅଞ୍ଚଳରୁ ଦୁଇ ହଜାରରୁ ଉର୍ଦ୍ଧ ପୁରୁଷ ଓ ମହିଳା ଚାଷୀ ତଥା ଜନସାଧାରଣ ସାମିଲ ହୋଇଥିଲେ ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ odiabarta.in

———————————————————

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.