ସଇଁତଲା,୬/୧୧ : ବଲାଙ୍ଗିର ଜିଲ୍ଲା ଦେଓଗାଁ ଡିଗ୍ରୀ ମହାବିଦ୍ୟାଳୟରେ ଏକଦିବସୀୟ ବୃତ୍ତିଗତ ପରାମର୍ଶ ପ୍ରଶିକ୍ଷଣ ମରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର କଳା, ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମର ଚାରି ଶହରୁ ଅଧିକ ସ୍ନାତକ ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ଭୂବନେଶ୍ଵରରୁ ଆସିଥିବା ସାମର୍ଥ୍ୟ ବିକାଶ ପରାମର୍ଶ ଦାତା ଡଃ ଗିରିସ ପ୍ରଶାଦ ସ୍ୱାଇଁ ଶିବିରରେ ଯୋଗଦେଇ ରାଜ୍ୟ ତଥା ଜାତୀୟ ସ୍ତରରେ ସ୍ନାତକ ଛାତ୍ର ଛାତ୍ରୀଙ୍କ ପାଇଁ ଉପଲବ୍ଧ ନିଯୁକ୍ତି ସୁଯୋଗ ଓ ସେଥିପାଇଁ ଆବଶ୍ୟକ ପ୍ରସ୍ତୁତି ସମ୍ପର୍କରେ ଗୁରୁତ୍ବାରୋପ କରିଥିଲେ ।
ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପ୍ରଧାନୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୃତ୍ତିଗତ ପରାମର୍ଶ କେନ୍ଦ୍ରର ସଂଯୋଜକ ଶ୍ରୀଯୁକ୍ତ ମଣ୍ଟୁ ରଞ୍ଜନ ସା, ଅଧ୍ୟାପିକା ଶାରଦା ଭଞ୍ଜଦେଓ, ଡଃ ସୁରେଶ ପ୍ରସାଦ ଷଡ଼ଙ୍ଗୀ , ମହେଶ ମେହେର , ସନତ ରଥ, ମଞରି ପୋଡ଼, ଅଙ୍କିତା ତ୍ରିପାଠୀ, ମଳୟ ରଞ୍ଜନ ରଣା , ପ୍ରମୁଖ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଡିଗ୍ରୀ ମହାବିଦ୍ୟାଳୟର ସମସ୍ତ ସଦସ୍ୟ ସହଯୋଗ କରି କରିଥିଲେ ।
ସଇଁତଲାରୁ ଗୋକୁଳାନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ odiabarta.in






