ବୈଠକରେ ଡୁମେରମୁଣ୍ଡା ଗାଁର ସମସ୍ୟା ସବୁର ସମାଧାନ କରିବା ଉପରେ ଗୁରୁତ୍ବାରୋପ କଲେ ସରପଞ୍ଚ
କଲମପୁର,୬/୧୧ : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବିଜମରା ଗ୍ରାମ ପଞ୍ଚାୟତ ଗତ ଅକ୍ଟୋବର ୨୮ ତାରିଖରେ ଆଦର୍ଶ ପଞ୍ଚୟତ ରୂପେ ମାନ୍ୟତା ପାଇଥିବା ଜଣାପଡିଛି । ଏନେଇ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଥିବାବେଳେ ଆଜି ସରପଞ୍ଚ ଶ୍ରୀମତୀ ଦୁହିତା ମାଝୀଙ୍କ ସଭାପତିତ୍ୱରେ ଡୁମେରମୁଣ୍ଡା ଗ୍ରାମର ଅଙ୍ଗନୱ୍ବାଡି କେନ୍ଦ୍ର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ବୈଠକରେ ଗ୍ରାମର ୱାର୍ଡମେମ୍ବର ପ୍ରମୋଦ କୁମାର ମାଝୀ, ଗ୍ରାମର ଅଙ୍ଗନୱାଡି କର୍ମୀ ଚନ୍ଦ୍ରକଳା ହରିଜନ, ସମସ୍ତ ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା, ଗ୍ରାମର ବିଶିଷ୍ଟ ବ୍ୟକ୍ତି ଜସ୍ମିନ ନାଏକ ଓ ଗ୍ରାମର ସମସ୍ତ ଭଦ୍ର ବ୍ୟକ୍ତି ଉପସ୍ଥିତ ରହିଥିବା ବେଳେ ଗ୍ରାମର ସମସ୍ୟା କେମିତି ଦୂର କରିହବ ସେ ବିଷୟରେ ସରପଞ୍ଚ ଶ୍ରୀମତୀ ଦୁହିତା ମାଝୀ ସମସ୍ତଙ୍କୁ ଅବଗତ କରିଥିଲେ । ଏହାସହ ସମସ୍ତଙ୍କ ଘରେ ପାଇଖାନା ନିର୍ମାଣ କରିବା ଓ ଶୌଚପାଇଁ ବାହାରକୁ ନଯିବାକୁ ସମସ୍ତଙ୍କୁ କହିଥିଲେ ଏବଂ ଗାଁର ଇଲେକ୍ଟ୍ରି, ପାଣି, ଭତ୍ତା, ରେସନ କାର୍ଡ ଓରାସ୍ତାଘାଟ କାମକୁ ସମାଧାନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ସରପଞ୍ଚ ।