ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେଲେ ଜନସାଧାରଣଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇବ

ଜିଲ୍ଳା ସ୍ତରୀୟ ପର୍ଯ୍ୟଟନ ପର୍ବ ପାଳିତ

Omkar Vasthu
Omkar Vasthu

ଜିଲ୍ଳାରେ ପର୍ଯ୍ୟଟନ କ୍ଷେତ୍ରଗୁଡିକର ବିକାଶ କରାଯିବ : ଜିଲ୍ଳାପାଳ

Pearl dental clinic
Near Ashish Medical Store, Bhawanipatna

ରାୟଗଡ,୭/୧୧ : ରାୟଗଡ ଜିଲ୍ଳା ବିଷମକଟକ ବ୍ଳକର ଚାଟିକୋଣା ସ୍ଥିତ ଐିତିହ୍ୟ ପୀଠ ପାତାଳେଶ୍ୱର ଶୈବ ପୀଠରେ ଜିଲ୍ଳା ପ୍ରଶାସନ ଓ ଜିଲ୍ଳା ପର୍ଯ୍ୟଟନ ବିଭାଗ ତରଫରୁ ଜିଲ୍ଳାସ୍ତରୀୟ ପର୍ଯ୍ୟଟନ ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ରାୟଗଡ ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଳାରେ ରହିଥିବା ପର୍ଯ୍ୟଟନ କ୍ଷେତ୍ରଗୁଡିକର ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ସେହିପରି ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେଲେ ଜନସାଧାରଣଙ୍କ ଆର୍ଥିକ ମାନଦଣ୍ଡରେ ବୃଦ୍ଧି ହେବ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଠା ସୁଧୀର ଦାଶ, ପିଡି-ଡିଆରଡିଏ ଅମ୍ରିିତ ଋତୁରାଜ, ଗୁଣପୁର ଉପଜିଲ୍ଳାପାଳ ଡଃ.ବି.ଏସ.ବନ୍ଦର, ରାୟଗଡ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଗୋରାଚାନ୍ଦ ଗମାଙ୍ଗ ପ୍ରମୁଖ ଯୋଗଦାନ କରି ଜିଲ୍ଳାରେ ପର୍ଯ୍ୟଟନର ବିକାଶ ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ ।

Udyog Nursery
Udyogi Nursery

ସେହିପରି ବିଶିଷ୍ଠ ନାଟ୍ୟ ନିର୍ଦ୍ଦେଶକ ତଥା ଶିକ୍ଷାବିତ ଡଃ.ନରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ଜିଲ୍ଳାର ଅପରୂପ ସୈାନ୍ଦର୍ଯ୍ୟ ଓ ପର୍ଯ୍ୟଟନ କ୍ଷେତ୍ରର ଉପରେ ବିସ୍ତୃତ ଭାବେ ଉଦବୋଧନ ଦେଇଥିଲେ । ଏହା ପୂର୍ବରୁ ସ୍ଥାନୀୟ ଶୈବପୀଠରେ ପୂଜାର୍ଚ୍ଚନା ପରେ ସେଠାରୁ ପବିତ୍ର ମଶାଲ ଅଣାଯାଇ ମଂଚରେ ସ୍ଥାପନା କରାଯାଇଥିଲା । ଏହି ପର୍ଯ୍ୟଟନ ପର୍ବ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱାସ୍ଥ୍ୟ ମେଳା, ଚାଷୀ ମେଳା, ମିଶନଶକ୍ତି ମେଳା ଓ ଉନ୍ନୟନ ପ୍ରଦର୍ଶନୀକୁ ଅତିଥିମାନଙ୍କ ଦ୍ୱାରା ଉଦଘାଟନ କରାଯାଇଥିବା ବେଳେ ଏହି ମେଳା ମାଧ୍ୟମରେ ବିଭାଗର ବିଭିନ୍ନ ଯୋଜନା ସଂପର୍କରେ ଲୋକମାନଙ୍କୁ ବୁଝାଇଥିଲେ । ଏହା ସହିତ ଶିକ୍ଷା, ଗ୍ରାମ୍ୟ ଜଳ ଯୋଗାଣ, ଜିଲ୍ଳା ସାମାଜିକ ସୁରକ୍ଷା ବିଭାଗ, ଜିଲ୍ଳା ଶିଶୁ ସୁରକ୍ଷା ବିଭାଗ, ଜଳ ବିଭାଜିକା ମିଶନ, ମିଶନ ଶକ୍ତି, ଓରମାସ ଓ ଓଡିଶା ଜୀବିକା ମିଶନ, ସମ୍ମନୀତ ଆଦିବାସୀ ଉନ୍ନୟନ ସଂସ୍ଥା,ଗୁଣପୁର ଓ ରାୟଗଡ,ଡିକେଡିଏ,ଚାଟିକଣା ଓ ପାର୍ସାଲି, ଏଲ.ଏସ.ଡି.ଏ. ପୁଟାସିଂର ପ୍ରଦର୍ଶନୀ ଷ୍ଟଲମାନ ଖୋଲାଯାଇ ସରକାରଙ୍କ ବିଭିନ୍ନ ଯୋଜନା ଲୋକମାନଙ୍କୁ ବୁଝାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଲୋକନୃତ୍ୟ ପରିବେଷଣ କରାଯାଇମାନଙ୍କୁ ଆହୁରି ଆକୃଷ୍ଟ କରିଥିଲେ । ବିଶେଷ କରି ସୈାରା ନୃତ୍ୟ, ଡଙ୍ଗରିଆ ନୃତ୍ୟ, ଢେମସା, ସମ୍ବଲପୁରୀ ନୃତ୍ୟ, କଳାହାଣ୍ଡି ଜିଲ୍ଳା କେସିଙ୍ଗା ବୃନ୍ଦାବନ ସାଂସ୍ଖୃତିକ ଅନୁଷ୍ଠାନ ତରଫରୁ ବଜାସାଲ ଓ ସ୍ଥାନୀୟ ରାୟଗଡ ସଂସ୍କୃତି ଅନୁଷ୍ଠାନର କଳାକାରମାନଙ୍କ ବିହୁ, ଓଡଶୀ ଓ ଲୋକନୃତ୍ୟ ଉପସ୍ଥିତ ଦର୍ଶକମାନଙ୍କୁ ଆକୃଷ୍ଟ କରିପାରିଥିଲା । ଏହା ପୂର୍ବରୁ ଗତ ମଙ୍ଗଳବାର ନଭେମ୍ବର ୫ତାରିଖରେ ରାୟଗଡ ସହରର ସ୍ଥାନୀୟ ଗଜପତି ଛକରୁ ପ୍ରେମ ପାହାଡ ପର୍ଯ୍ୟନ୍ତ ଶୋଭାଯାତ୍ରା ବାହାରିଥିଲା । ଏଥିରେ ଆଇଟିଆଇ ଛାତ୍ରଛାତ୍ରୀ, ବିଜୁ ଯୁବ ବାହିନୀ ଓ ୱାକରସ କ୍ଳବ କର୍ମକର୍ତା ଯୋଗ ଦେଇଥିଲେ । ଶୋଭାଯାତ୍ରାକୁ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ,ସହ ନିର୍ଦ୍ଦେଶକ ପର୍ଯ୍ୟଟନ ବିଭାଗର ସୁରେନ୍ଦ୍ର ଲିମା, କ୍ରୀଡା ଅଧିକାରୀ ଶେଖ ଅଲିନୁର ପ୍ରମୁଖ ଯୋଗ ଦେଇଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.