କୃଷି ଆଡକୁ ଲୋକେ ଆକର୍ଷିତ ହେଉଥିବା ବେଳେ ମହିଳାମାନେ ଆଗେଇ ଆସୁଥିବା ମଧ୍ୟ ଏକ ଶୁଭ ସୂଚନା

ଲାଞ୍ଜିଗଡ : କଦମ୍ବଗୁଡା ଠାରେ କୃଷକ ସଂପର୍କ ମେଳା

ଲାଞ୍ଜିଗଡ଼,୭/୧୧ : ଲାଞ୍ଜିଗଡ ବ୍ଲକରେ ଲୋକେ ଚାଷ ଆଡ଼କୁ ଆକର୍ଷିତ ହେଉଥିବାବେଳେ ମହିଳାମାନେ ମଧ୍ୟ ଏ ଦିଗରେ ଆଗେଇ ଆସୁଥିବା ଏକ ଶୁଭସୂଚନା ଅଟେ । ତେବେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଆତ୍ମା ଦ୍ୱାରା ଚାଷୀମାନଙ୍କୁ ସହାୟତା ଦିଆଯିବା ଦ୍ୱାରା ଚାଷୀମାନେ ଆହୁରି ଲାଭବାନ ହୋଇଛନ୍ତି । ଏହାଦ୍ୱାରା କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ସମ୍ଭବ ହୋଇପାରିଛି ବୋଲି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଜଗନ୍ନାଥ ପୁର ପଞ୍ଚାୟତ କଦମ ଗୁଡା ଠାରେ ଅନୁଷ୍ଠିତ କୃଷକ ସଂପର୍କ ମେଳାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ସେହିପରି କୃଷକ ଓ କୃଷି ଅଧିକାରୀମାନଙ୍କ ସହିତ ସିଧାସଳଖ ଯୋଗାଯୋଗ ସହିତ ମତ ବିନିମୟ ପାଇଁ କୃଷକ ସଂପର୍କ ମେଳା ମିଳନର ଏକ ପର୍ବ ବୋଲି ଅତିଥିମାନେ କହିଛନ୍ତି । ଲାଞ୍ଜିଗଡ଼ ବ୍ଲକ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ ଯୋଗ ଦେଇଥିବା ବେଳେ ଜିଲ୍ଲା କୃଷି ଅଧିକାରୀ ଅନ୍ତର୍ଯ୍ୟାମୀ ମଲ୍ଲିକ, ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷା ତୁଳସୀ ନାଏକ,

କେକେଡ଼ିଏ ପ୍ରୋଜେଟ ମେନେଜର ଲମ୍ବୋଦର ପ୍ରଧାନ, ଏଫ୍ଆଇଏସି ଅଧ୍ୟକ୍ଷା ସୁବର୍ଣ୍ଣି ଗଉଡ଼, ଅତିରିକ୍ତ ମତ୍ସ୍ୟ ଅଧିକାରୀ ଦେବବ୍ରତ ନାଏକ, ପ୍ରାଣୀ ସଂପଦ ବିଭାଗର ଜ୍ୟୋସ୍ନାରାଣୀ ସିଂହ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ଲାଞ୍ଜିଗଡ ସମିତି ସଭ୍ୟ ପ୍ରଦୀପ ମାଝୀ, ଜଗନ୍ନାଥ ପୁର ସମିତି ସଭ୍ୟ ସୁଲଚନା ହରିଜନ, ପୂର୍ବତନ କୃଷି କର୍ମଚାରୀ ରଘୁବୀର ନାଗ, ଆସିଷ୍ଟେନ ଟେକନିକାଲ ମେନେଜର ଋଷିକେଶ ସିଂ ଓ ଜୟନ୍ତ ଧଉରିଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିରିକ୍ତ କୃଷି ଅଧିକାରୀ ସୁଧାଂଶୁଶେଖର ମେହେର ଏହି କାର୍ଯ୍ୟକ୍ରମଟିକୁ ଆୟୋଜନ କରିବା ସହ ମଞ୍ଚ ମଧ୍ୟ ପରିଚାଳନା କରିଥିଲେ ।

 

ଏହି ଅବସରରେ ଜନ ସାହାଯ୍ୟ ସଂସ୍ଥା ଦ୍ବାରା ଓଡ଼ିଶା ମିଲେଟ ମିଶନ କ୍ଷୁଦ୍ର ଶସ୍ୟର ଖାଦ୍ୟ ମେଳାରେ ଆକର୍ଷଣୀୟ ଖାଦ୍ୟ ପ୍ରଦର୍ଶନୀ ସମସ୍ତଙ୍କ କେନ୍ଦ୍ରବିନ୍ଦୁ ସାଜିଥିଲା । ସେହିପରି ଆତ୍ମା ବିଭାଗ ପକ୍ଷରୁ ମାଣିକେଶ୍ୱରୀ ଓ ମହାଲଷ୍ମୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଉଲ୍ଲେଖନୀୟ କିଚେନ ଗାଡେନ ପାଇଁ ଦଶ ହଜାର ଟଙ୍କା ଲେଖାଁଏ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍ୟାନ ବିଭାଗ, ମତ୍ସ୍ୟ ବିଭାଗ, ପ୍ରାଣୀ ସଂପଦ ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗ, ଜନସାହାଯ୍ୟ ସ୍ୱେଚ୍ଛାସେବୀ ସଂସ୍ଥା ସହାୟତା କରିଥିଲେ ।

କାର୍ଯ୍ୟକ୍ରମ ପରିଚାଳନାରେ ଉଦ୍ୟାନ ବିଭାଗ ଅଧିକାରୀ ସାରଙ୍ଗଧର ପଣ୍ଡା, କୃଷି କର୍ମଚାରୀ ଭାସ୍କର ମାଝୀ, ପ୍ରମୋଦ ମିଶ୍ର, ପ୍ରଭାକର ଧଳ, ଲକ୍ଷ୍ମୀ ବିଶ୍ୱାଳ, ପୁଷ୍ପାଞ୍ଜଳି ମହାକୁଡ଼ଙ୍କ ସମେତ କୃଷକ ସାଥୀ ଓ ଲାଞ୍ଜି ଗ୍ରାମବାସୀ ସହଯୋଗ କରିଥିଲେ । ଏଥିରେ ବ୍ଲକର ଜଗନ୍ନାଥ ପୁର,ଲାଞ୍ଜିଗଡ, ବସନ୍ତ ପଡ଼ା, ତ୍ରିଲୋଚନ ପୁର, ବତେଲଳିମା, ଛତ୍ରପୁର ଆଦି ଗ୍ରାମ ପଞ୍ଚାୟତ ଅଞ୍ଚଳରୁ ପାଞ୍ଚ ଶହରୁ ଉର୍ଦ୍ଧ ପୁରୁଷ ଓ ମହିଳା ଚାଷୀ ତଥା ଜନସାଧାରଣ ସାମିଲ ହୋଇଥିଲେ ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପେର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.