ଭୁବନେଶ୍ବର ପରେ ବାଲେଶ୍ବର : ସାରା ସହରରେ ଝଲସିବ ଚିତ୍ରଶିଳ୍ପୀଙ୍କ କଳାକୃତି

● ବାଲେଶ୍ଵର ଚାରୁ ଓ କାରୁକଳା ମହାବିଦ୍ୟାଳୟର ୧୫୦ ବିଦ୍ୟାର୍ଥୀ ଲାଗିଛନ୍ତି

● ସର୍ବଶ୍ରେଷ୍ଠ ତିନିଜଣଙ୍କ କଳାକୃତିକୁ ମିଳିବ ମାନପତ୍ର

● ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଦାସ ଆଙ୍କିଲେ ପ୍ରଥମେ

ବାଲେଶ୍ବର,୭/୧୧(କୃଷ୍ଣ କୁମାର ମହାନ୍ତି): ଭୁବନେଶ୍ୱର ପରେ ଏବେ ବାଲେଶ୍ଵର ସହରର ସବୁ ସରକାରୀ ପ୍ରାଚୀରରେ ଝଲସିବ ଚିତ୍ରଶିଳ୍ପୀଙ୍କ କଳାକୃତି। ବାଲେଶ୍ଵରର ଜିଲ୍ଲାପାଳ ସହରକୁ ସଜେଇବା ଲକ୍ଷ୍ୟରେ ଆରମ୍ଭ କଲେ ଏପରି ଏକ ପ୍ରଶଂସନୀୟ କାର୍ଯ୍ୟ। ବାଲେଶ୍ଵରର ଏକମାତ୍ର ଚିତ୍ରକଳା ଅନୁଷ୍ଠାନ ‘ବାଲେଶ୍ଵର ଆର୍ଟ ଏଣ୍ଡ୍ କ୍ରାଫ୍ଟ୍ କଲେଜ’ର ପ୍ରାୟ ଦେଢଶହ ଚିତ୍ରକଳା ପଢୁଥିବା ବିଦ୍ୟାର୍ଥୀ ଏହି ଓ୍ଵାଲ୍ ପେଣ୍ଟିଂ ଅଭିଯାନରେ ସାମିଲ୍ ହୋଇଛନ୍ତି। ପ୍ରତ୍ୟେହ ଦିନ ବାରଟା ପର୍ଯ୍ୟନ୍ତ ଧାର୍ଯ୍ୟ ସରକାରୀ ପାଚେରୀରେ ଚିତ୍ର ଆଙ୍କୁଛନ୍ତି ଏହି ଶିଳ୍ପୀମାନେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଥିବା ଜିଲ୍ଲାପାଳ କେବଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଆବାସିକ କାର୍ଯ୍ୟାଳୟ ପ୍ରାଚୀରରେ ପ୍ରଫେସନାଲ୍ ଶିଳ୍ପୀଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିବା ବେଳେ ବର୍ତ୍ତମାନର ଜିଲ୍ଲାପାଳ ଚିତ୍ରକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିଛନ୍ତି।

Udyog Nursery
Udyogi Nursery

ଯାହା ସୂଚନା ଅଛି, ସହରର ଏସ୍.ପି. ଅଫିସ୍, ଟ୍ରାଫିକ ପୋଲିସ ଅଫିସ୍, ପାନ୍ଥନିବାସ, ଡି.ଆଇ.ଜି. ଅଫିସ, ପୋଲିସଲାଇନ୍ ହାଇସ୍କୁଲ, ସର୍କ୍ୟୁଟ୍ ହାଉସ୍. ପ୍ରେସ୍ କ୍ଲବ୍, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ଜଜଙ୍କ ବାସଭବନ, ଏଫ୍.ଏମ୍. କଲେଜ, ଜିଲ୍ଲା ସ୍କୁଲ, ଜିଲ୍ଲା କାରାଗାର, ପବ୍ଲିକ ହାଇସ୍କୁଲ, ତହସିଲଦାର ଙ୍କ ବାସଭବନ, ଉପ ଜିଲ୍ଲାପାଳ କାର୍ଯ୍ୟାଳୟ, ଡି.ଆର୍.ଡି.ଏ. ଅଫିସ୍ ପ୍ରାଚୀରମାନଙ୍କୁ ଚିତ୍ରଶିଳ୍ପୀମାନେ ନିଜର ତୂଳୀସ୍ପର୍ଶରେ ସଜେଇବେ। ଏହା ଆଗାମୀ ସପ୍ତାହକ ମଧ୍ୟରେ ଶେଷ ହେବ। ତେବେ ଅଧ୍ୟାବଧି ଟ୍ରାଫିକ ପୋଲିସ ଅଫିସ୍, ଏସ୍.ପି. ଅଫିସ୍ କାନ୍ଥରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

ଏ ସମ୍ପର୍କରେ ଆର୍ଟ ଏଣ୍ଡ୍ କ୍ରାଫ୍ଟ୍ କଲେଜର ଅଧ୍ୟକ୍ଷ ତଥା ବରିଷ୍ଠ ଚିତ୍ରଶିଳ୍ପୀ ନିକୁଞ୍ଜ ବିହାରୀ ଦାସଙ୍କୁ ପଚାରିବାରୁ ସେ କହିଲେ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆମେ ଏ କାର୍ଯ୍ୟ କରୁଛୁ। ଏଥିପାଇଁ ବାଲେଶ୍ଵର ମ୍ୟୁନିସିପାଲିଟି ରଙ୍ଗ ଯୋଗାଇ ଦେବାସହ ଛାତ୍ରଛାତ୍ରୀଙ୍କୁ ଟିଫିନ୍ ମଧ୍ୟ ଦେଉଛି। ଏଥିରେ ଆମର ଅଧ୍ୟାପକମାନେ ପରିଚାଳନା ଦାୟିତ୍ବରେ ଅଛନ୍ତି। ଏହା ଦ୍ଵାରା ଦୁଇଟି ସୁବିଧା ହେଲା। ସହର ସଜ୍ଜିକରଣ ହେବା ସହ ଆମ ଛାତ୍ରଛାତ୍ରୀ ବାହାରେ ସର୍ବସାଧାରଣରେ ଚିତ୍ର ଆଙ୍କିବାର ଅଭିଜ୍ଞତା ସାଉଁଟିଲେ। ଏହା ସେମାନଙ୍କର ପ୍ରାକ୍ଟିକାଲ ପଢାରେ ସହାୟକ ହେବ।”

ବିଭିନ୍ନ ଅଫିସ୍ ପ୍ରାଚୀରରେ ସଂପୃକ୍ତ ଅଫିସ୍ ସମ୍ବନ୍ଧିତ ଥିମ୍ ଅନୁସାରେ ଚିତ୍ର ଅଙ୍କାଯିବା କଥା ଆପାତତଃ ସ୍ଥିର କରାଯାଇଥିବା ବେଳେ ମୁଖ୍ୟତଃ କେରିୟର୍ କାଉନସେଲିଂ ସମ୍ବନ୍ଧିତ ଚିତ୍ର କରାଯାଉଛି। ଏହିକ୍ରମରେ ଫକୀରମୋହନ କଲେଜ ପ୍ରାଚୀରରେ କଥାସମ୍ରାଟ୍ ଫକୀରମୋହନଙ୍କ ଚିତ୍ର, ତାଙ୍କ ଗଳ୍ପ ଗ୍ରନ୍ଥର ଚିତ୍ର ଅଙ୍କାଯିବ।

କେଉଁଠି କଳା, ଐତିହ୍ୟ, ପରମ୍ପରାର ଗାଥା ତ କେଉଁଠି ଶିକ୍ଷା, ସ˚ସ୍କୃତି ଓ ସଚେତନତାର ବାର୍ତ୍ତା ରହିବ। ଏବେ ପର୍ଯ୍ୟଟନ ଋତୁ ଆସି ଯାଇଥିବା ବେଳେ ବାଲେଶ୍ବର ଜିଲ୍ଲା ପ୍ରଶାସନ ଓ ପୌରସ˚ସ୍ଥା ପକ୍ଷରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ବାଲେଶ୍ବର ସହରର ମୁଖ୍ୟରାସ୍ତାରେ ରହିଥିବା ସରାକରୀ କାନ୍ଥ ପାଚେରିଗୁଡ଼ିକୁ ଏହିପରି ଆକର୍ଷଣୀୟ ଢଙ୍ଗରେ ଚିତ୍ରିତ କରାଯାଉଛି। ପୁଲିସଲାଇନ୍‌ ଛକରୁ ଆଜିମାବାଦ ଛକ, ଷ୍ଟେସନ ଛକରୁ ଏଡ଼ିଏମ ଛକ, ଫାଣ୍ତି ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ରହିଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ସରକାରୀ ଗୃହର ପାଚେରିଗୁଡ଼ିକରେ ବାଲେଶ୍ବର ଜିଲ୍ଲାର ଚନ୍ଦନେଶ୍ବର, ଭୂଷଣ୍ତେଶ୍ବର, କ୍ଷୀରଚୋରା, ପଞ୍ଚୁଲିଙ୍ଗେଶ୍ବର, ନୀଳଗିରି ରାଜପ୍ରାସାଦ, ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହର ସହିଦ୍‌ ସ୍ମୃତିପୀଠ ଆଦି ପ୍ରମୁଖ ପର୍ଯ୍ୟଟନସ୍ଥଳୀ, ଶିକ୍ଷାନୁଷ୍ଠାନର ପାଚେରିଗୁଡ଼ିକରେ କ୍ୟାରିଅର କାଉନେସେଲି˚, ଆଇଜିଙ୍କ କାର୍ଯ୍ୟାଳୟ ପାଚେରୀରେ
ବାଲେଶ୍ବରର ପ୍ରାଚୀନ ନୌବାଣିଜ୍ୟ ଓ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି, ସର୍କିଟ ହାଉସ୍‌ ପାଚେରିରେ ଆଦିବାସୀ କଳା, ସ˚ସ୍କୃତି ଓ ପରମ୍ପରା, ଟ୍ରାଫିକ ଥାନା ପାଚେରିରେ ଟ୍ରାଫିକ୍‌ ସଚେତନତା ବାର୍ତ୍ତା, ଡିଆରଡିଏ କାର୍ଯ୍ୟାଳୟରେ ସ୍ବଚ୍ଛ ପରିବେଶ, ଜଳ ସ˚ରକ୍ଷଣ, ମହିଳା ସଶକ୍ତିକରଣ ସହ ଭଳିକିଭଳି ସଚେତନତା ବାର୍ତ୍ତାର ଚିତ୍ର କାନ୍ଥରେ ବାଲେଶ୍ବର ତଥା ଓଡ଼ିଶାବାସୀଙ୍କ ସା˚ସ୍କୃତିକ ଜୀବନ ଯାତ୍ରାର ଅନେକ ଗାଥା ବଖାଣୁଛି।

ବାଲେଶ୍ବର ଚାରୁ ଓ କାରୁକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ୧୨ଟି ଦଳରେ ଭାଗ କରାଯାଇ
ସହରର ଅଲଗା ଅଲଗା ସ୍ଥାନରେ ସେମାନଙ୍କୁ ର˚ଗତୂଳୀର କମାଲ୍ ଦେଖାଇବାର ସୁଯୋଗ ଦିଆଯାଇଛି। କଳା ମହାବିଦ୍ୟାଳୟର ଅଧ୍ୟକ୍ଷ ନିକୁଞ୍ଜିବିହାରୀ ଦାସଙ୍କ
ତତ୍ତ୍ବାବଧାନରେ ଅଧ୍ୟାପକ ଅବନିଦ୍ର କର, ସ˚ଗୀତା ସାମନ୍ତରାୟ, ଦୈତାରୀ ବେହେରା, ମନୋର˚ଜନ ଜେନା, ବିଷ୍ଣୁପଦ ସେନାପତି, ସରିତା ମହାନ୍ତି, ଶ୍ରୀକୃଷ୍ଣ ପାତ୍ର, ସତ୍ୟବତୀ ଶତପଥି, ଅଜିତ୍‌ ଜେନା ପ୍ରମୁଖ ଏହି କାର୍ଯ୍ୟକୁ ପରିଚାଳନା କରୁଛନ୍ତି।

ବାଲେଶ୍ବର ସହରକୁ ସୁନ୍ଦର ଭାବେ ସଜାଇବା ଓ ପର୍ଯ୍ୟଟନ ଋତୁରେ ଜିଲ୍ଲାକୁ ଆସିବାକୁ ଥିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୌରସ˚ସ୍ଥା ପକ୍ଷରୁ କରାଯାଇଥିବା ଏପରି ପ୍ରୟାସକୁ ସହରବାସୀ ସ୍ଵାଗତ କରିଛନ୍ତି।


୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.