ଲାଞ୍ଜିଗଡ଼ ରୋଡ ଠାରେ ମାଁ ଦୂର୍ଗା ଗାଡ଼ି ଚାଳକ ସଂଘର ବୈଠକ

ଲାଞ୍ଜିଗଡ଼,୮/୧୧ : କଲାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ ଲାଞ୍ଜିଗଡ଼ ରୋଡ଼ ଗ୍ରାମପଞ୍ଚାୟତ ର ମାଁ ଦୂର୍ଗା ଗାଡ଼ି ଚାଳକ ସଂଘର ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଗାଡ଼ି ଚାଲକ ସଂଘର ଗଠନ ପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଜଣାଇବା ଓ ଲାଞ୍ଜିଗଡ଼ ରୋଡ଼ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ସଂଘର ଏକ ଜମା ପାସ୍ ବହି କରିବା ପାଇଁ ଆଲୋଚନା କରିଥିଲେ । ଏଥିରେ ସିକେରକୁପା ଫାଣ୍ଡି ଅଧିକାରୀ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିବାବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ଟଙ୍କଧର ମାଝୀ, ଚନ୍ଦ୍ର ମହାପାତ୍ର, କୈନୁଜ ରାଉତ, କେ ବୈକୁଣ୍ଠ ରାଜୁ, ପୂର୍ଣ୍ଣଚନ୍ଦ୍ର ଗଉଡ ଉପସ୍ଥିତ ଥିଲେ। ସଭାପତି ସହଦେବ ଗଉଡ, ସମ୍ପାଦକ ଗୋବିନ୍ଦ ଗହିର, କୋଷାଧ୍ୟକ୍ଷ ବସନ୍ତ ରାଉତ , ମୁଖ୍ୟ ଭୂମିକା ନିଭାଇଥିଲେ । ପ୍ରେମ ରଞ୍ଜନ ମହାନନ୍ଦ, ଅଶୋକ ପରିଡ଼ା, ଅମିତ ପ୍ରଧାନ, ନରହରି ସୁନାନୀ, ସୈାରଭ ଦାସ, କ୍ଷିରସିନ୍ଧୁ ନାଗ, ଶିବ ରଣା, ଗୁଣ ବଗର୍ତ୍ତୀ, ଶୁକ୍ରୃ ବାଗ, ସୁବାସ ଗଉଡ, ଜଗବ ହରିଜନ, ଟଙ୍କ ଗଉଡ ଡମ୍ବରୁଧର ରାଉତ କାଳିଆ ରାଉତ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.