ରାୟଗଡ ଠାରେ ସଂଚୟ ପାକ୍ଷିକ ଦିବସ ପାଳିତ

ରାୟଗଡ,୮/୧୧ : ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ରାୟଗଡର ସମ୍ମିଳନୀ କକ୍ଷରେ ସଂଚୟ ପାକ୍ଷିକ ଦିବସ ପାଳିତ ହୋଇଯାଇଛି । ରାୟଗଡ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବ କାର୍ଯ୍ୟକ୍ରମରେ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ସଭ୍ୟମାନଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ, ଆପଣମାନଙ୍କର ସଂଚିତ ଅର୍ଥ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବିନିଯୋଗ କରିଛନ୍ତି । ଏଣୁ ଆପଣମାନେ ନିଶ୍ଛିତ ହେବା ଉଚିତ ଯେ ଆପଣଙ୍କ ସଂଚିତ ଅର୍ଥ ସୁଧ ମାଧ୍ୟମରେ ନିଜେ ଉପକୃତ ହେବା ସଙ୍ଗେ ସଙ୍ଗେ ଦେଶର ବିକାଶ ଧାରାରେ ସାମିଲ ହେଉଛନ୍ତି । ତତସଙ୍ଗେ ଜିଲ୍ଳାର ଚିଟଫଣ୍ଡ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ମୂଳଜମା ଟଙ୍କା ୧୦ହଜାର ମଧ୍ୟରେ ପ୍ରାୟ ୧୬ଲକ୍ଷ ଟଙ୍କା ଫେରସ୍ତ ହେବାର ସୂଚନା ଦେବା ସହ ଠକ ଚିଟଫଣ୍ଡ କମ୍ପାନୀ ପ୍ରତି ସାବଧାନ ହେବା ପାଇଁ ଜିଲ୍ଳାପାଳ ଶ୍ରୀ ବେହେରା ଉପଦେଶ ଦେଇଥିଲେ । ସ୍ଥାନୀୟ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶ ଅମ୍ରିତ ଋତୁରାଜ ସମ୍ମାନୀତ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସଂଚୟ କରିବା ପାଇଁ ମାନସିକ ପ୍ରବୃତି ଦରକାର । ଜଣେ ଧନୀ ଲୋକ ହେଲେ ଯେ, କେବଳ ସଂଚୟ କରିପାରିବ ତାହା ନୁହେଁ, ଜଣେ ଗରୀବ ଲୋକ ମଧ୍ୟ ମାନସିକ ସ୍ତରରେ ପ୍ରସ୍ତୁତି ହୋଇ ଇଚ୍ଛା ପ୍ରକଟ କଲେ ନିଶ୍ଚୟ ସଂଚୟ କରିପାରିବ । ଅନ୍ୟାମାନଙ୍କ ବଦଖର୍ଚ୍ଚକ ଅନୁସରଣ ନ କରି ପିତାମାତାଙ୍କର ଆର୍ଥିକ ଅବସ୍ଥା ପ୍ରତି ଧ୍ୟାନ ଦେଇ ଅନାବଶ୍ୟକ ଖର୍ଚ୍ଚକୁ କାଟ କରି ସବୁସ୍ତରରେ ମିତବ୍ୟୟିତା ଅବଲମ୍ବନ କରିବା ପାଇଁ ଉପସ୍ଥିତ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କୁ ଏବଂ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ଉପଜିଲ୍ଳାପାଳ ଶ୍ରୀ ପ୍ରଧାନ ଅଧ୍ୟକ୍ଷତା କରି ଉଦାହରଣ ସ୍ୱରୂପ ପିମ୍ପୁଡି କିପରି ଦୁର୍ଦ୍ଦିନ ସମୟ ପାଇଁ ଆଗରୁ ଖାଦ୍ୟ ଶସ୍ୟ ସଂଚୟ କରନ୍ତି ସେହିପରି ପିମ୍ପୁଡିର ଆଦର୍ଶରେ ଅନୁଗାମୀ ହେବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଥମେ ଜିଲ୍ଳା ସ୍ୱଳ୍ପ ସଂଚୟ ଅଧିକାରୀ ଧ୍ରୁବ କୁମାର ନାୟକ ସ୍ୱାଗତ ଭାଷଣ,ଅତିଥି ପରିଚୟ ଏବଂ ଏହି ଦିବସର ତାପ୍ତର୍ଯ୍ୟ ଉପରେ କହିଥିଲେ । ଏହି ସଭାରେ ପ୍ରାୟ ୧୦୦ଜଣ ଏସ.ଏଚ.ଜି.ଗ୍ରୁପର ମହିଳାମାନେ, ଛାତ୍ରଛାତ୍ରୀ, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଳା କ୍ରୀଡା ଅଧିକାରୀ ଶେଖ ଅଲିନୁର, ଶିକ୍ଷକବୃନ୍ଦ ଓ ସାମ୍ବାଦିକ ବନ୍ଧୁମାନେ ଯୋଗ ଦେଇଥିଲେ । ସଭା ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ବେହେରାଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିବା ବେଳେ ଡିଆଇପିଆରଓ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.