୧୦ଦଫା ଦାବି ନେଇ ୧୪ଟି ବ୍ଲକର ୫୦୦ ଆଶା କର୍ମୀ ସିଡ଼ିଏମଓ କାର୍ଯ୍ୟଳୟ ସମ୍ମୁଖରେ ଦେଲେ ଧାରଣା

ବଲାଙ୍ଗୀର,୮/୧୧ : ବଲାଙ୍ଗୀର ଜିଲ୍ଲାରେ ଥିବା ୧୪ଟି ବ୍ଲକ ର ୫୦୦୦ଆଶା କର୍ମୀ ଆଜି ୧୦ଦଫା ଦାବି ନେଇ ବଲାଙ୍ଗୀର ସିଡ଼ିଏମଓଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେବା ସହ ଦାବି ପତ୍ର ପ୍ରଦାନ କରିଛନ୍ତି। ଯେଉଁଥିରେ ସରକାରଙ୍କ ଅଣଦେଖା ତଥା ଟାଳଟୁଳ ନୀତି ମୁଖ୍ୟ ରହିଥିବା ସୂଚନା ଦେଇଛନ୍ତି ।

ଦୀର୍ଘ ଦିନରୁ ଜିଲ୍ଲାର ସମସ୍ଥ ଆଶା କର୍ମୀଙ୍କ ପ୍ରତି ପାତର ଅନ୍ତର ନୀତି ତଥା କାର୍ଯ୍ୟରେ ଟାଲ ଟୁଲ ନୀତି ବିରୁଦ୍ଧରେ ଆଜି ବଲାଙ୍ଗୀର ଟାଉନ ହଲ ପରିସରରୁ ୧୪ଟି ବ୍ଲକ ର ୫୦୦ଆଶା କର୍ମୀ ରାଜ ରାସ୍ତାରେ ରେଲି କରିବା ସହ ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତଳନ କରିଥିଲେ । ଏହାସହ ବଲାଙ୍ଗୀର ସିଡ଼ିଏମଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ସିଡ଼ିଏମଓ ଦୈତାରି ସାହୁଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।

ଯଦି ଏହି ୧୦ଦଫା ଦାବି ଉପରେ ସରକାର ଦୃଷ୍ଟିପାତ ନକରନ୍ତି ତାହେଲେ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ରୁପ ନେବ ବୋଲି ଲୋଇସିଙ୍ଘା ବ୍ଲକ ଓ ବଲାଙ୍ଗୀର ଜିଲ୍ଲା ସଭାପତି ତଥା ଓଡିଶା ରାଜ୍ୟ ଆଶା କର୍ମ୍ମୀ ଉପସଭାପତି ସ୍ୱପ୍ନାରାଣୀ ମିଶ୍ର ଚେତାବନୀ ଦେଇଛନ୍ତି।

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in 
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.