ଡେଲି ମାର୍କେଟ ଅଂଚଳର ବସ୍ତିବାସିନ୍ଦାକୁ ରେଳବାଇ ପକ୍ଷରୁ ଉଚ୍ଛେଦ ନୋଟିସ

ଜିଲ୍ଳାପାଳଙ୍କୁ ୬ମାସର ସମୟ ଅବଧି ପାଇଁ ଗୁହାରି କଲେ ବସ୍ତିବାସିନ୍ଦା

ରାୟଗଡ,୭/୧୧ : ରାୟଗଡ ନୂଆ ରେଳ ଡିଭିଜନ ଘୋଷଣା ପରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ରାୟଗଡ ସହରରେ ଥିବା ସମସ୍ତ ରେଳବାଇର ଜାଗାକୁ ନିଜ ଅକ୍ତିଆରରେ କରିବା ପାଇଁ ଏବଂ ଏହି ସ୍ଥାନଗୁଡିକରେ ବାସଗୃହ ନିର୍ମାଣ କରିଥିିବା ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ଗତ ଏକ ମାସ ତଳରୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ତେବେ ସହରର ଡେଲି ମାର୍କେଟ ଅଂଚଳରେ ଥିବା ଗୋଲା ସାହି, ଜାଗିଲି ସାହି, ମେଦରା ସାହି, ଆଦିବାସୀ ସାହି ଓ ମାଲା ସାହି ବସ୍ତିବାସିନ୍ଦାକୁ ଆସନ୍ତା ୧୨ତାରିଖ ସୁଦ୍ଧା ଉଚ୍ଛେଦ କରିବା ପାଇଁ ରେଳବାଇ ପକ୍ଷରୁ ନୋଟିସ ଜାରି କରାଯାଇଥିବାରୁ ଗୁରୁବାର ଦିନ ଶତାଧିକ ବସ୍ତିବାସିନ୍ଦା ଜିଲ୍ଳାପାଳଙ୍କୁ ଏ ନେଇ ଉଚ୍ଛେଦ ସମୟସୀମାକୁ ଆସନ୍ତା ୬ମାସ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ନିବେଦନ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକପତ୍ରରେ ଉଲ୍ଳେଖ ରହିଛି ଯେ, ଡେଲି ମାର୍କେଟ ଅଂଚଳରେ ଉପରୋକ୍ତ ସାହିଗୁଡିକ ରେଳବାଇ ଜାଗାରେ ଦୀର୍ଘ ବର୍ଷରୁ ଗଢି ଉଠିଛି । ଏଠାରେ ୨୦୦ରୁ ଉର୍ଦ୍ଧ ବାସଗୃହ ରହିଥିବା ବେଳେ ୧୦୦୦ରୁ ଉର୍ଦ୍ଧ ଜନସଂଖ୍ୟା ରହିଛି । ସମସ୍ତ ବସ୍ତିବାସିନ୍ଦାମାନେ ଗରୀବ ଶ୍ରେଣୀର । ମଜୁରିଆ, ଉଠା ବ୍ୟବସାୟୀ ଦିନ ମଜୁରିଆ ଲୋକମାନେ ରହିଛନ୍ତି । ନିଜ ଓ ନିଜ ପରିବାରର ଖାଦ୍ୟ, ବାସଗୃହ ଓ କପଡା ସହ ଅନ୍ୟାନ୍ୟ ସାମଗ୍ରୀ ପାଇଁ ଓ ନିଜ ମୈାଳିକ ଅଧିକାର ପାଇଁ ସଂଘର୍ଷ କରି ପରିବାର ଭରଣ ପୋଷଣ କରୁଥିବା ବେଳେ ରେଳବାଇ ପକ୍ଷରୁ ଜାରି କରାଯାଇଥିବା ନୋଟିସ ସେମାନଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେବା ସହ ଆର୍ଥିକ ରୋଜଗାର ପନ୍ଥା ମଧ୍ୟ ଛଡେଇ ନେବ ଯାହା ଫଳରେ ବସ୍ତିବାସିନ୍ଦାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବେ ବୋଲି ଉଲ୍ଳେଖ କରିଛନ୍ତି । ତେବେ ଜିଲ୍ଳା ପ୍ରଶାସନ ପକ୍ଷରୁ ପୈାର ପରିଷଦ ସୀମା ମଧ୍ୟରେ ହିଁ ସମସ୍ତ ବସ୍ତି ବାସିନ୍ଦା ନିମନ୍ତେ ଥଇଥାନର ବ୍ୟବସ୍ଥା କରାଯାଉ ବୋଲି ଉଲ୍ଳେଖ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.