ସ୍କୁଲ ପାଚେରୀ ଭାଙ୍ଗି ଅଷ୍ଟମ ଶ୍ରେଣୀର ଛାତ୍ର ମୃତ୍ୟୁ, ଅନ୍ୟଜଣେ ଗୁରୁତର

ବଲାଙ୍ଗିର,୯/୧ : ସ୍ଥାନୀୟ ଟିକ୍ରାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସୂଚନା ଅନୁସାରେ ବଲାଙ୍ଗୀର ମାଲପଡ଼ାର ଦୁଇଜଣ ନାବାଳକ ଅତିଶ ଖର୍ସେଲ ଓ ସୁବାଂସୁ ସାଣ୍ଡ ନିକଟସ୍ଥ ଟିକ୍ରାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ପାଚେରୀକୁ ଚଢି ଥିଲେ। ପାଚେରୀ ପୁରାତନ ଥିବାରୁ ତାର କାନ୍ଥ ଭାଙ୍ଗି ଯାଇଥିଲା ଏବଂ ଘଟଣା ସ୍ଥଳରେ ହି ଅତିଶ ଖର୍ସେଲଙ୍କ ମୃତ୍ୟୁ ଘଟିଥିଲା ଓ  ସୁବ୍ରାଂସୁ ସାଣ୍ଡ ଗୁରୁତର ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।

ତେବେ ମୃତ୍ୟୁ ହୋଇଥିବା ଅତିଶ ଖରସେଲ ୮ମ ଶ୍ରେଣୀ ରେ ପଢୁଥିବାବେଳେ ଅନ୍ୟଜଣେ ସୁବ୍ରାଂସୁ ସାଣ୍ଡ ୧୦ଶ୍ରେଣୀ ରେ ପଢ଼ୁଥିବା ଜଣା ପଡ଼ିଛି। ଏହି ଘଟଣା ପରେ ବଲାଙ୍ଗିର ଟାଉନ ପୋଲିସ ଘଟଣା ସ୍ଥଳକୁ ପହଂଚି ଶବ ଜବତ କରି ଭୀମଭୋଇ ମେଡିକାଲକୁ ପଠାଇ ଥିବା ବେଳେ ଘଟଣାର ପ୍ରକୃତ କାରଣ ପାଇଁ ତଦନ୍ତ ଜାରି ରଖିଛି। ଯାହାକୁ ନେଇ ସ୍କୁଲ ପରିସର ଓ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.