ପୃଥ୍ୱୀରାଜ ହାଇସ୍କୁଲରେ ପ୍ରାନ୍ତୀୟ ସ୍ତରୀୟ କଳା ଉତ୍ସବ – ୨୦୧୯

ବଲାଙ୍ଗିର,୯/୧୧ : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲରେ ପ୍ରାନ୍ତୀୟ ସ୍ତରୀୟ କଳା ଉତ୍ସବ ଉଦଯାପିତ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ବଲାଙ୍ଗିର ଜିଲ୍ଲା ସମେତ ବୌଦ୍ଧ, ସୁବର୍ଣ୍ଣପୁର, କଳାହାଣ୍ଡି ଓ ନୂଆପଡା ଜିଲ୍ଲା ସ୍ତରରେ ପ୍ରଥମ ହୋଇଥିବା ପ୍ରତିଯୋଗୀମାନେ ଯୋଗ ଦେଇଥିଲେ।

ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ତ୍ତିକେଶ୍ୱର ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜେନ୍ଦ୍ର କଲେଜ ଅଧ୍ୟକ୍ଷ ଶ୍ରୀ ବିନୟ ଜେନା, ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ତୋସିନୀ ସେଠି ଓ ଜିଲ୍ଲା ବିଜ୍ଞାନ ତତ୍ୱାବଧାରକ ଶ୍ରୀ ନୀଳମଣି ପଟେଲ ମଞ୍ଚସିନ ରହି ଉକ୍ତ କାଯ୍ୟକ୍ରମ ବିଷୟରେ ବିସଦ ଭାବରେ ଆଲୋକପାତ କରିଥିଲେ।

ବିଚାରକ ଭାବେ ଦିଲ୍ଲୀପ ସିଂଦେଓ ଓ ମୁରଲୀଧର ପତି ଯୋଗଦେଇଥିଲେ । କାର୍ଯ୍ୟକ୍ରମ ରେ ଛୋଟ ଛୋଟ ଶିଶୁ ମନେ ନିଜର ନିଖୁଣ କଳା ପ୍ରଦର୍ଶନ କରିବା ସହିତ ଦର୍ଶକ ତଥା ଅଭିଭାବକଙ୍କ ମନ ମୋହି ନେଇଥିଲେ। ଯେଉଁ ମାନେ ଉକ୍ତ କାର୍ଯ୍ୟକ୍ରମ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ସେମାନେ ଆଗାମୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ଭାଗ ନେବା ସୁଯୋଗ ପାଇପାରିବେ ଵୋଲି ସୂଚନା ଦେଇଛନ୍ତି ଉକ୍ତ ବିଧ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରକାଶ କରିଛନ୍ତି ।

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in 
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.