କୋସଲି ଭାଷା ସୁରକ୍ଷା ପାଇଁ ବିଶାଳ ଶୋଭାଯାତ୍ରା

କୋସଲି ଭାଷାକେ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କର୍ବାକେ ଦାବି

ସୋନପୁର,୧୧/୧୧: ପଶ୍ଚିମ ଓଡିଶାର ଲକ୍ଷ ଲକ୍ଷ ଜନତା ବ୍ୟବହାର କରୁଥିବା ଭାଷା ହେଉଛି କୋସଲି । ଏହା ଏକ ପ୍ରାଚୀନ ଭାଷା ଓ କୋଶଳାଞ୍ଚଳର ସମୃଦ୍ଧ ଐତିହ୍ୟ ପରମ୍ପରା ଓ ଐତିହାସିକ ପୃଷ୍ଠଭୂମୀ ରହିଛି। ତେବେ ସମୟର ନିଷ୍ଠୁର ପଟ୍ଟ ପରିବର୍ତ୍ତନ ସହ ଏହି ଅଞ୍ଚଳର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ସହ କୋସଲି ଭାଷା ମଧ୍ୟ ଅବହେଳିତ ହୋଇ ପଡିଛି । ତେଣୁ ଏହି ଭାଷାର ପୁନଃରୁଦ୍ଧାର ପାଇଁ ଆଗେଇ ଆସୁଛନ୍ତି ଏହି ଅଞ୍ଚଳର ଅନେକ କବି, ଲେଖକ, ବୁଦ୍ଧିଜିବୀ ଓ ସାଧାରଣ ଜନତା । କୋସଲି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ତେଜୁଛି ଦାବି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ସହରରେ ଏକ ବିରାଟ ଶାନ୍ତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ସ୍ଥାନୀୟ କଚେରୀ ଛକରୁ ବାହାରିଥିବା ଏହି ଶୋଭାଯାତ୍ରାରେ ବିଭିନ୍ନ ବର୍ଗର ବ୍ୟକ୍ତି ସାମିଲ ହୋଇ କୋସଲି ଭାଷାକୁ ଅଷ୍ଟମ ପରିଚ୍ଛେଦରେ ସାମିଲ କରିବା, କୋସଲି ସାହିତ୍ୟ ଏକାଡେମୀ ଗଠନ, କୋସଲି ଭାଷାରେ ପ୍ରାଥମିକ ଶିକ୍ଷା ପ୍ରଦାନ, କୋସଲି ଭାଷାକୁ ରାଜ୍ୟର ଦ୍ୱିତୀୟ ଭାଷାର ମାନ୍ୟତା ପ୍ରଦାନ ସହ କୋସଲିକୁ କେନ୍ଦ୍ର ସାହିତ୍ୟ ଏକାଡେମୀରେ ସାମିଲ କରିବାକୁ ଦୃଢ ଦାବି କରି ସହର ପରିକ୍ରମା କରିବା ପରେ ପଞ୍ଚରଥ ମନ୍ଦିରରେ ପହଞ୍ଚଥିଲା । ଏଥିରେ କୋସଲ ସାହିତ୍ୟ ଏକାଡେମୀର ଦେବେନ୍ଦ୍ର କୁମାର ନାଏକ, କୋସଲି କ୍ରୀୟାନୁଷ୍ଠାନ କମିଟିର ସାକେତ ଭୂଷଣ ସାହୁ, କର୍ତ୍ତଙ୍ଗ ମହାଖଳାର କୃପାସିନ୍ଧୁ ମହାକୁର, ପରବାସୀ କୁଟୁମର କପିଳେଶ୍ୱର ଖମାରୀ, ଜଙ୍ଗଲିଝରନ୍ ର ରାମେଶ୍ୱର ଛତ୍ରିଆ, ଏବିଭିିର ଉତ୍ତମ ଖମାରୀ, କବି ଅଖୋଜ ଶାଣ୍ଢ, ଲୋକନାଥ ମିଶ୍ର, ପ୍ରଭାତ କୁମାର ଖମାରୀ, ସୁକେଶ ବାଘ, ଗଜାନନ ସାଥୁଆ, ପ୍ରାଣବନ୍ଧୁ ନାଏକ ପ୍ରମୁଖ ଯୋଗ ଦେଇଥିଲେ ।

ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

 

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.