କୁମାରସ୍ବାମୀ ମହୋତ୍ସବର ଦ୍ବିତୀୟ ଦିବସ : ଶିଶୁୁ ଓ ଲୋକକଳା ଉତ୍ସବ

ଶିଶୁର ଉଜ୍ଜଳ ଭବିଷ୍ୟତ ଗଢିବା ଆମ ସମସ୍ତଙ୍କ ପରମ କର୍ତ୍ତବ୍ୟ ହେଉ

Omkar Vasthu
Omkar Vasthu

କଳାହାଣ୍ଡି,୧୨/୧୧ : ଶିଶୁ ମାନଙ୍କ ଲାଳନ ପାଳନ ସହ ସେମାନଙ୍କ ଅଧିକାର ଉପରେ ଜନ ସଚେତନତାର ଆବଶ୍ୟକତା ରହିଛି । ଶିଶୁୁ ନିର୍ଯ୍ୟାତନା, ଶିଶୁ ଯୌନ ଉତ୍ପିଡନ, ଶିଶୁ ଶ୍ରମିକ ପ୍ରଥା, ବାଲ୍ୟ ବିବାହ, ଶିଶୁ ଚାଲାଣ ଆଦି ସମାଜ ପାଇଁ କଳଙ୍କ ସଦୃଶ୍ୟ, ତେଣୁ ଏହାର ମୂଳୋତ୍ପାଟନ ହେବା ଉଚିତ । ଶିଶୁ ମାନଙ୍କ ଶାରିରୀକ ଓ ମାନସିକ ବିକାଶ ବୃଦ୍ଧି କରିବାସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ ନିର୍ମାଣ କରିବା ଆମ ସମସ୍ତଙ୍କ ପରମ କର୍ତ୍ତବ୍ୟ ହେବା ଉଚିତ ବୋଲି କୁମାରସ୍ବାମୀ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ମତ ପ୍ରକାଶ ପାଇଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ନର୍ଲା ବ୍ଲକ ବୁଢିପଦର ଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୭ତମ ବାର୍ଷିକ ଉତ୍ସବ ତଥା କୁମାରସ୍ବାମୀ ମହୋତ୍ସବ ୪ ଦିନଧରି ମହାସମାରୋହରେ ଆୟୋଜିତ ହେଉଛି । ଉଦଘାଟନୀ ସମାରୋହରେ ଲାଞ୍ଜିଗଡ ପ୍ରେସ ବ୍ଲକ ସଭାପତି କୈଳାସ ସାହୁ ମୁଖ୍ୟ ଅତିଥିଭାବେ ମଞ୍ଚର ଶୁଭାରମ୍ଭ କରିଥିବାବେଳେ ଦ୍ବିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ୱାର୍ଲ୍ଡ ଭିଜନ ଇଣ୍ଡିଆ ପ୍ରୋଗ୍ରାମ ମେନେଜର ପିଭି କ୍ରିଷ୍ଣା ଯୋଗଦେଇଥିଲେ ।

ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ ଧଙ୍ଗଡାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ସମ୍ମାନୀତ ଅତିଥିଭାବେ ରାକ୍ସି ସରପଞ୍ଚ ଚନ୍ଦ୍ରମାଁ ଧଙ୍ଗଡାମାଝୀ, ୱାର୍ଲ୍ଡ ଭିଜନ ଇଣ୍ଡିଆ ନର୍ଲା ଏଡିପିର ପ୍ରତିମା ତାଣ୍ଡୀ, ଆଦିବାସୀ ନେତା ଧନେଶ୍ବର ମାଝୀ, ଅନୁଷ୍ଠାନର କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ ପ୍ରମୂଖ ମଞ୍ଚାସୀନ ଥିଲେ ।

ଶିଶୁ ସପ୍ତାହ ପାଳନ ପରିପ୍ରେକ୍ଷୀରେ କୁମାରସ୍ବାମୀ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାକୁ ଶିଶୁ ମାନଙ୍କ ପାଇଁ ଉତ୍ସର୍ଗିକୃତ କରାଯାଇଥିଲା । ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀଙ୍କ ଦ୍ବାରା ଲିଖିତ ଓ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ନିର୍ଦେଶିତ ସତେତନତା ଧର୍ମୀ ଶିଶୁ ନାଟକ ‘ମକାରୁର ବାହାଘର’ ପ୍ରଦର୍ଶିତ ହୋଇଥିଲା ।

‘ଶିଶୁ ଓ ଲୋକକଳା ଉତ୍ସବ’ ଅବସରରେ ନାଟକ ସହ ଶିଶୁ ନୃତ୍ୟ/ସଂଗୀତ ଓ ଶିଶୁ କଳାକାର ମାନଙ୍କ ଦ୍ବାରା ପ୍ରାଚୀନ ଓ ଶାସ୍ତ୍ରୀୟ ବାଦ୍ୟ ପରିବେଷଣ କରାଯାଇଥିଲା । ପୂର୍ବରୁ ଆୟୋଜିତ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା ।

ସଭା ପ୍ରାରମ୍ଭରେ ଅନୁଷ୍ଠାନର କଳାକାର ମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡାମାଝୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ସାସ୍କୃତିକ ସମ୍ପାଦକ ସଲିଲ କୁମାର ଧଙ୍ଗଡାମାଝୀ ମଞ୍ଚ ପରିଚାଲନା କରିଥିଲେ ।

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.