ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ସ୍ଵନକ୍ଷତ୍ର ଶୁଭେଚ୍ଛା

ଜମ୍ଭରା,୧୨/୧୧(ନରେନ୍ଦ୍ର ପ୍ରସାଦ ବେହେରା): ମହାମାନ୍ୟ ମତ୍ସ୍ୟ ଓ କୃଷିସମ୍ପଦ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସ୍ଵନକ୍ଷତ୍ର ଦିଵସ ଅବସରରେ ରାଧା ଗୋବିନ୍ଦ ଫାଉଣ୍ଡେସନ ଜମ୍ଭରା,କେନ୍ଦୁଝର ତରଫରୁ ତାଙ୍କ ବାସ ଭବନରେ ଅଶେଷ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଅନୁଷ୍ଠାନ ମୁଖ୍ୟ ପଞ୍ଚାନନ ମହାନ୍ତି ଓ ତାଙ୍କ ସହଯୋଗୀ ଅରୁପ କୁମାର ରାଉତ,ପଙ୍କଜ କୁମାର ବେହେରା,ମୁକେଶ କୁମାର ନାୟକ,କାର୍ତ୍ତିକେଶ୍ୱର ଦାସ,ସଂଗ୍ରାମ କେଶରୀ ଦାସ,ସୁଶାନ୍ତ କୁମାର ଜେନା,ରାଜେଶ କୁମାର ମହାନ୍ତି, ଅରୁଣ କୁମାର ହାତୀ,ପ୍ରତାପ କୁମାର ଦାସଙ୍କ ସମେତ ଅନ୍ୟୁନ ୨୫ରୁ ଉର୍ଦ୍ଧ୍ଵ ତ୍ୟାଗପୂତ କର୍ମୀ ଏହି ତ୍ୟାଗପୂତ ସମାଜସେବୀଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଅନୁଷ୍ଠାନ ବ୍ୟାଗ ଦେଇ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ଅସାଧାରଣ ବ୍ୟକ୍ତିତ୍ୱ ସମ୍ପନ୍ନ ଏ ବାଲେଶ୍ୱର ସାଂସଦ ସରଳ,ନିରାଡ଼ମ୍ବର ଜୀବନ ଯାପନ କରି ଗାନ୍ଧୀ,ଗୋପବନ୍ଧୁଙ୍କ ଆଦର୍ଶରେ ନିଜକୁ ଅନୁପ୍ରାଣିତ କରି ନିଷ୍ଠା,ତ୍ୟାଗ ଓ କର୍ତ୍ତବ୍ୟପ୍ରାୟଣତାରେ ଉତ୍କଳ ମାତାର ଟେକ ରଖିବାକୁ ବ୍ରତ ଓ ପଣ କରିଥିବାରୁ ଶ୍ରୀ ମହାନ୍ତି ତାଙ୍କ ନିକଟରୁ କେଇପଦ ଅମୃତ ଵଚନ ଓ ନୀତିବାଣୀ ଭିକ୍ଷା କରିଥିଲେ । ଶ୍ରୀ ମହାନ୍ତି ମଧ୍ୟ ସହଯୋଗୀ ଓ ଆଞ୍ଚଳିକ ସଂଗଠକ ସ୍ବେଚ୍ଛାସେବୀଙ୍କୁ ସାଥିରେ ନେଇ ବାଲେଶ୍ଵରର ସହଦେଵ ଖୁଣ୍ଟା ବୃଦ୍ଧାଶ୍ରମରେ ୩ଶହ ବୃଦ୍ଧ,ବୃଦ୍ଧାଙ୍କୁ କମ୍ବଳ ପ୍ରଦାନ କରି ସେମାନଙ୍କ ସହ ଭାଵ ବିନିମୟରେ ଆନ୍ତରିକ ବାର୍ତ୍ତାଳାପ କରିଥିଲେ ।

ପ୍ରକାଶ ଥାଉ କି ଶ୍ରୀ ମହାନ୍ତି କେବଳ ଏ ସଂସ୍ଥା ନୁହଁ କୋଲକାତାର ସିଂପ୍ଲେକ୍ସ ପରିଚାଳକ,ସୁନ୍ଦର ମୋ ଭାଷା ସାହିତ୍ୟ, ଜମ୍ଭରା କେନ୍ଦୁଝରର ଅନ୍ୟତମ ପୃଷ୍ଠପୋଷକ ଥାଇ ସାରା ଭାରତବର୍ଷର ବିଭିନ୍ନ ଅଂଚଳରେ ବୃକ୍ଷରୋପଣ, ସ୍ୱଚ୍ଛ ଭାରତ ଅଭିଯାନ,ପ୍ଲାଷ୍ଟିକ ବର୍ଜ୍ଜନ,କଳା, ସଂସ୍କୃତି,ଶିକ୍ଷା,ସାହିତ୍ୟ ଓ ସମାଜସେବା ପାଇଁ ତନ, ମନ ଉତ୍ସର୍ଗ କରିଛନ୍ତି ।

ମହାନ ଦେଶସେବୀଙ୍କ ହୃଦୟର ବାର୍ତ୍ତାକୁ ହୃଦୟଙ୍ଗମ କରି “ଯେତେଦିନ ବଞ୍ଚିବି ଗରିବ ଲୋକଙ୍କ ସେବାରେ ଲାଗିବି”ଓ “ଗାଁକୁ ସୁନ୍ଦର ଭାଷା ସାହିତ୍ୟ ପରି” “ମୋ ଗାଁକୁ ସୁନ୍ଦର କରି ଗଢି ତୋଳିବି” କହି ଶ୍ରୀ ମହାନ୍ତି ବଦ୍ଧ ପରିକର ହୋଇଥିଲେ।ସାଂସଦ ଓ ଉପସ୍ଥିତ ବ୍ୟକ୍ତିତ୍ୱ ମାନେ ଅନୁଷ୍ଠାନ ମୁଖ୍ୟ ଓ ସହକର୍ମୀଙ୍କର ଭୂୟସୀ ପ୍ରଶଂସା କରିଥିଲେ।


୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.