ରୋଗ ପୋକ ଦାଉ ସହ ଋଣ ଚାପରେ ଅତିଷ୍ଠ କୃଷକ
କର୍ଲାମୁଣ୍ଡା,୧୨/୧୦ : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ସାପଲହରା ପଞ୍ଚାୟତ ଅଧିନସ୍ଥ କଣ୍ଡରେଇ ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଏହି ଗାଁର ଚାଷୀ ଖଗେଶ୍ବର ଭୋଇ ସାହୁକାରଙ୍କ ଠୁରୁ ଧାର କରଜ କରି ନିଜର ୨ ଏକର ଜମିରେ ସ୍ବର୍ଣ୍ଣା ଧାନ ଚାଷ କରିଥିଲେ । ତେବେ ସେହି ଧାନ ବିଳରେ ରୋଗ ପୋକ ଲାଗି ଜିବାରୁ ରୁଣ ଗ୍ରସ୍ତ ଓ ମାନସିକ ଚାପରେ ରହି ନିଜ ବିଲରେ ନିଅାଁ ଲଗାଇ ଦେଇଥିବା ଜଣାପଡିଛି ।