ଦେବଗିରିର ସଂସ୍କୃତିକୁ ବିଶ୍ୱବ୍ୟାପୀ କରିବାର ସମୟ ଆସିଛି

କୁମାରସ୍ୱାମୀ ମହୋତ୍ସବର ତୃତୀୟ ଦିବସ

କଳାହାଣ୍ଡି,୧୩/୧୧: ଦେବଗିରିର ଐତିହ୍ୟ ଅନନ୍ୟ । କେବଳ ଧାର୍ମିକ ପିଠ ସ୍ଥଳୀ ନୁହେଁ, ଦେବଗିରି ମଠ ଥିଲା ଏକଦା ଅଂଚଳର କଳା, ସଂସ୍କୃତି, ସାହିତ୍ୟ, ପରଂପରାର ପ୍ରାଣକେନ୍ଦ୍ର । ଏହି ସ୍ଥାନରୁ ଆମର ପୂର୍ବପୁରୁଷ ସେସବୁର ପ୍ରଚାର ପ୍ରସାର ପାଇଁ ଆଦିମ କାଳରୁ ପ୍ରଚେଷ୍ଟା ଜାରି ରଖିଥିଲେ । ବର୍ତ୍ତମାନ ଏହାକୁ ବିଶ୍ୱବ୍ୟାପୀ କରିବାର ସମୟ ଆସିଛି ବୋଲି ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୭ତମ ବାର୍ଷିକ ଉତ୍ସବ ତଥା କୁମାରସ୍ୱାମୀ ମହୋତ୍ସବର ତୃତୀୟ ଦିବସରେ ଆୟୋଜିତ ବାର୍ଷିକ ଉତ୍ସବ ସମାରୋହରେ ମତ ପ୍ରକାଶ ପାଇଛି ।

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଗ୍ରାମରେ ଆୟୋଜିତ ଉକ୍ତ ସମାରୋହରେ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତାଙ୍କ ପ୍ରତିନିଧି ପ୍ରତାପ କୁମାର ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଶିଷ୍ଟ କୃଷକ ବୈଷ୍ଣବ ମାଝୀ ମୁଖ୍ୟ ବକ୍ତା ଓ ଯୁବ ଉଦ୍ୟୋଗପତି ଧୀରେନ୍ଦ୍ର ଖେତାନ୍ ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ ସମାଜସେବୀ ରତନ କୁମାର ଅଗ୍ରୱାଲ, ଲୋକ କଳାକାର ସର୍ବେଶ୍ୱର ଭୋଇ ଓ ସମାଜସେବୀ ଗୋବିନ୍ଦ ବନଛୋର୍ ।

ସଭା ପ୍ରାରମ୍ଭରେ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷିତ ହୋଇଥିଲା । ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀଙ୍କ ପୌରୋହିତ୍ୟରେ ଆୟୋଜିତ ସମାରୋହରେ ଯୁଗ୍ମ ସଂପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁବ ଲେଖକ ଡିଲେଶ୍ୱର ରଣା ମଂଚ ପରିଚାଳନା କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ସାଧାରଣ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ।

ଏହି ଅବସରରେ କୌତୁକ-କଳାକାର ଓମ୍ପ୍ରକାଶ ମାଝୀ, ଆଦର୍ଶ ଶିକ୍ଷକ ରମେଶ ଚନ୍ଦ୍ର ସା, ଆଦର୍ଶ ଛାତ୍ର ନିଖିଳ କୁମାର ବୁଦ୍ଧିଆ, ଅନୁଷ୍ଠାନର ପୂର୍ବତନ ସଭାପତି ମହେନ୍ଦ୍ର ବେହେରା, ସାମ୍ବାଦିକ ନିରଞ୍ଜନ ଗୌଡ଼, ଅଭିରାମ ନନ୍ଦ, ଅନୀଲ ଅଗ୍ରୱାଲ, ପ୍ରେମଲାଲ ପଣ୍ଡା, ଭିକାରୀ ଗଉଡ଼, ଅଜୟ ସେନାପତି, ଦୀପକ ମହାନ୍ତି, ପ୍ରଦୀପ ଗଉଡ଼, ସୁମିତ ଶର୍ମା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଂଚଳର ବରିଷ୍ଠ କଳାକାରମାନେ ବିଭିନ୍ନ ପ୍ରକାର ଲୋକକଳା ପ୍ରଦର୍ଶନ କରିବା ପରେ ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ ‘ଦଣ୍ଡ ନୃତ୍ୟ’ ପରିବେଷଣ ହୋଇଥିଲା ।

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.