ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ ନିମନ୍ତେ ଆଭିମୁଖ୍ୟକରଣ ତଥା ତାଲିମ ଶିବିର

ରାୟଗଡ : ରାୟଗଡ ସହରର ସ୍ଥାନୀୟ ହୋଟେଲ ତେଜସ୍ୱୀ ସମ୍ମିଳନୀ କକ୍ଷରେ ଏଲଜିବିଟିଆଇକ୍ୟୁ ବ୍ୟକ୍ତି, ଏନଜିଓ ଏବଂ ରାୟଗଡ ଜିଲ୍ଳା ସମାଜ କଲ୍ୟାଣ ଅଧିକାରୀଙ୍କ ଉପସ୍ଥିତିରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏଲଜିବିଟିଆଇକ୍ୟୁ ବ୍ୟକ୍ତିମାନଙ୍କ ପ୍ରତି କର୍ମକ୍ଷେତ୍ରରେ ହେଉଥିବା ଭେଦଭାବ, ହିଂସା ଓ ବାଚ୍ଛନ୍ଦ ବିଷୟରେ ସାଥୀ ଏନଜିଓ ସଂସ୍ଥାର ପ୍ରକଳ୍ପ ପ୍ରବନ୍ଧକ ଚନ୍ଦନ କୁମାର ନାୟକ ସବିଶେଷ ଆଲୋଚନା କରଥିଲେ । ରାୟଗଡ ଜିଲ୍ଳାର ମା ମଝିଗୈାରୀ ସିିବିଓ ତରଫରୁ ପିଙ୍କି ଓ କାଜୋଲ, ତୃତୀୟ ଲିଙ୍ଗ କିନ୍ନର ବ୍ୟକ୍ତିମାନଙ୍କ ପ୍ରତି ବିଭିନ୍ନ ସେବା କ୍ଷେତ୍ରରେ ହେଉଥିବା ଘୃଣା ଓ ବାଛନ୍ଦ ବିଷୟରେ ଆଲୋଚନା କରିବା ସହ ସିବିଓ ତରଫରୁ ଏହାକୁ ହ୍ରାସ କରିବା ନିମନ୍ତେ ନିଆଯାଉଥିବା ପଦକ୍ଷେପଗୁଡିକ ବିଷୟରେ ଆଲୋକପାତ କରିଥିଲେ ।ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତି ୱାଦିଦା ବେଗମ ମା ମଝିଗୈାରୀ ‘ନୂଆ ମାଁ’କାର୍ଯ୍ୟକ୍ରମ ମାଧ୍ୟମରେ କରାଯାଉଥିବା କାର୍ଯ୍ୟଗୁଡିକୁ ପ୍ରଶଂସା କରିବା ସହ କିନ୍ନରମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମସ୍ ସହଯୋଗ କରିବା ପାଇଁ କହିଥିଲେ । କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ସମସ୍ତ ଏନଜିଓ ମାନଙ୍କୁ ଏଲଜିବିଟିଆଇକ୍ୟୁ ବ୍ୟକ୍ତିମାନଙ୍କୁ କାର୍ଯ କରିବା ପାଇଁ ସୁଯୋଗ ଦେବା ଓ ସେମାନଙ୍କ ସୁରକ୍ଷା ନିମନ୍ତେ କାର୍ଯ୍ୟକ୍ଷେତ୍ରରେ ଉପଯୋଗ ନିୟମାବଳୀ କରିବା ନିମନ୍ତେ ଅନୁରୋଧ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମା ମଝିଗୈାରୀ ସିବିଓର ସଭାପତି ରମେଶ ଚନ୍ଦ୍ର ପୁଆଲା ଓରଫ ରେଶମା, ସଂପାଦିକା ଶିଶିରକାନ୍ତ ମହାପାତ୍ର ଓରଫ ପିଙ୍କିଙ୍କ ସମେତ ୪୦ଜଣ ଉପସ୍ଥିତ ରହିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.