ବଲାଙ୍ଗିର,୧୪/୧୧ : ସୋନପୁର ରାଜରାସ୍ତାର ଗଇଁନ୍ତଲା ଛକ ଠାରେ ଅଜଣା ଗାଡି ଧକ୍ଜାରେ ଜଣେ ବୃଦ୍ଧକଂ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ଗଇଁନ୍ତଲା ଗାଁର ଗୌତମ ଭୋଇ । ପ୍ରାପ୍ତ ସୂଚନା ଅନୁସାରେ ସିଲିଣ୍ଡର ଗ୍ୟାସ ଆଣିବା ପାଇଁ ସେ ଖୋଲା ସିଲିଣ୍ଡର ଧରି ରାସ୍ତା କଡରେ ଥିବା ଗ୍ୟାସ ଗୋଦାମ କୁ ଯାଉଥିଲେ । ହଠାତ ଏକ ଅଜଣା ଗାଡି ଗୌତମକୁଂ ଧକ୍କା ଦେଇ ଫେରାର ମାରିଥିଲା ।ଘଟଣାସ୍ଥଳରେ ଗୌତମକଂ ଜୀବନ ଚାଲିଯାଇଥିଲା ।ଉତ୍ୟକ୍ତ ଲୋକେ ମୃତକର ପରିବାରକୁ ଦୁଇ ଲକ୍ଷ ଟକାଂ କ୍ଷତିପୂରଣ ଦାବୀ କରି ରାସ୍ତାରୋକ କରିଥିଲେ । ପୁଇଁନ୍ତଲା ପୋଲିସ ଉତ୍ୟକ୍ତ ଲୋକକୁଂ ବୁଝାଇବାକୁ ଚେଷ୍ଟା କରିଥିଲା ।