ଉତ୍କଳ ଆଲୁମିନାରେ ସୁରକ୍ଷା ମକ ଡ୍ରିଲ

ରାୟଗଡ,୨୪/୧୨ : ରାୟଗଡ ଜିଲ୍ଳା କାଶିପୁର ବ୍ଳକ ଦୋରାଗୁଡା ଠାରେ ଥିବ ଆଦିତ୍ୟ ବିରଲା ଗ୍ରୁପ କମ୍ପାନୀ ଉତ୍କଳ ଆଲୁମିନା ଇଂଟରନ୍ୟାସନାଲ ଲିମିଟେଡ (ୟୁଆଇଏଲ)ର ଆଲୁମିନା ରିଫାଇନାରୀ କାରଖାନାରେ ଡିଷ୍ଟ୍ରିକ କ୍ରାଇସିସ୍ ଗ୍ରୁପ୍ର ନିଷ୍ପତିକୁ ପାଳନ କରିବା ଅବସରରେ ସୋମବାର ଦିନ ଏକ ସଂପୂର୍ଣ୍ଣ ସୁରକ୍ଷା ମକ ଡ୍ରିଲ (ସୁରକ୍ଷା ଅଭ୍ୟାସ) ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ପ୍ରକାର ଜରୁରୀକାଳନୀ ପରିସ୍ଥିତି ପାଇଁ କର୍ମଚାରୀଙ୍କୁ ପ୍ରସ୍ତୁତ ରଖିବା ପାଇଁ ଶିଳ୍ପ ଦୁର୍ଘଟଣାରୁ ବଂଚିବା ଏବଂ ଏଡାଇବା ଲାଗି ସେମାନଙ୍କୁ ଜଣାଇବା ଏବଂ ପ୍ରଶିକ୍ଷଣ ପ୍ରଦାନ କରିବା ଉଦ୍ଦେଶ୍ୟରେ କମ୍ପାନୀ ପକ୍ଷରୁ ନିୟମିତ ଏଭଳି ସୁରକ୍ଷା ମକ ଡ୍ରିଲ ଆୟୋଜନ କରାଯାଇଥାଏ । ଡିଜିସିର ସଦସ୍ୟମାନେ ଏବଂ ରାୟଗଡ ଜିଲ୍ଳାର ସଂପୃକ୍ତ ଅଧିକାରୀମାନେ ଯଥା ରଣଜିତ ନାୟକ, ସହକାରୀ ନିର୍ଦ୍ଦେଶକ, ଫ୍ୟାକ୍ଟେରୀ ଆଣ୍ଡ ବୟଲର, ରାୟଗଡ ଜିଲ୍ଳା ଅଗ୍ନିଶମ ସୁରକ୍ଷା ଅଧିକାରୀ କେ.ସୁନାନୀ, ଏଫ ଏଣ୍ଡ ଏସ ଏମଡି ଅଭେଶ, ବରିଷ୍ଠ ଅଧିକାରୀ ଜେକେପିଏମ, ଡି.କେ.ସାମଲ, ମୁଖ୍ୟ ସୁରକ୍ଷା ଅଧିକାରୀ, ଜେକେପିିଏମ ଓ ଆର.ଆର.ବିଶ୍ୱାଳ, ପ୍ରବନ୍ଧକ – ସୁରକ୍ଷା, ଜେକେପିଏମ, ଏ.କେ.ଖିଲୋ, ଏଏସଆଇ, ଦୋରାଗୁଡା ପୋଲିସ ଷ୍ଟେସନ ମଧ୍ୟ ନିରୀକ୍ଷକ ଭାବେ ଯୋଗ ଦେଇ ନିରୀକ୍ଷଣ କରିବା ପାଇଁ ଏହି ଅଭିଯାନରେ ଯୋଗ ଦେଇଥିଲେ । ଏହି ମକ ଡ୍ରିଲରେ କମ୍ପାନୀର ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । ଏଥିରେ ୟୁଆଇଏଲ ୟୁନିଟ ମୁଖ୍ୟ ଓ ସଭାପତି ଏନ. ନାଗେଶଙ୍କ ଉପସ୍ଥିତିରେ କମ୍ପାନୀର ଅଧିକାରୀ କୈାଶିକି, ଜିଏମ-ବୈଷୟିକ ରିଫାଇନାରୀ ପରିଚାଳନା ଓ ଏଭଳି ଜରୁରୀକାଳୀନ ପରିସ୍ଥିତିରେ ମୁକାବିଲା କରିବାର ପ୍ରକ୍ରିୟା ବିଷୟରେ ସମସ୍ତ ଆନ୍ତଃ ଓ ବାହ୍ୟ ଟିମକୁ ବିବରଣୀ ପ୍ରଦାନ କରିଥିଲେ । ଟିମ, ନିରୀକ୍ଷକ ଓ ସରକାରୀ ଅଧିକାରୀଙ୍କୁ ବିବରଣୀ ପ୍ରଦାନ କରିବା ବେଳେ କମ୍ପାନୀର ୟୁନିଟ୍ ମୁଖ୍ୟ ଓ ସଭାପତି ଏନ.ନାଗେଶ ସୁରକ୍ଷା ଓ ନିରାପତା ଦୃଷ୍ଟିରୁ ଏଭଳି ମକ ଡ୍ରିଲ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହା ସମସ୍ତ କର୍ମଚାରୀଙ୍କୁ ଏଭଳି ସ୍ଥିତି ଲାଗି ପ୍ରସ୍ତୁତ ରଖିବାରେ ସହାୟକ ହୋଇଥାଏ ବୋଲି କହିଛନ୍ତି । ଅଗ୍ନି ଓ ସୁରକ୍ଷା ମକ ଡ୍ରିଲ ବେଳେ ବିଭିନ୍ନ ଟିମ ଭିତରେ ସମନ୍ୱୟ ରହିବା ନିହାତି ଜରୁରୀ ବୋଲି ଫ୍ୟାକ୍ଟରି ଏଣ୍ଡ ବୟଲର୍ସ, ସହକାରୀ ନିର୍ଦ୍ଦେଶକ ଶ୍ରୀ ନାୟକ ପ୍ରକାଶ କରିଥିଲେ । ସେହିପରି ଉତ୍କଳ ଆଲୁମିନା କମ୍ପାନୀ ଓ ସମସ୍ତ ଟିମ ଏହି ମକ ଡ୍ରିଲରେ ସଂପୃକ୍ତହୋଇଥିବାରୁ ପ୍ରଶଂସା କରିଥିଲେ । ତେଳ ସଂପର୍କୀତ ଅଗ୍ନିକାଣ୍ଡ ବେଳେ କେଉଁ ଫୋମ ବ୍ୟବହାର କରାଯିବା ଦରକାର ଏବଂ ନୂତନ ଓ ଆଧୁନିକ ପ୍ରଯୁକ୍ତି ବ୍ୟବସ୍ଥା ଦ୍ୱାରା କିପରି ଢଙ୍ଗରେ ମୁକାବିଲା କରାଯିବ ସେ ନେଇ ଜେକେ ପେପର ମିଲର ଶ୍ରୀ ଅଭେଶ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଉତ୍କଳ କମ୍ପାନୀର ଜିଏମ ଓ ମୁଖ୍ୟ ସୁରକ୍ଷା ଅଧିକାରୀ ଜୟ ତିୱାରୀ ଏହି ମକ ଡ୍ରିଲକୁ ଠିକ ସମୟରେ ଓ ପ୍ରଭାବଶାଳୀ ଢଙ୍ଗରେ ଆୟୋଜନ କରିଥିବାରୁ ସମସ୍ତ ଟିମକୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
_____________________________________________________________

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Pearl dental clinic
Near Ashish Medical Store, Bhawanipatna

http://bit.ly/OBgroup3

Udyog Nursery
Udyogi Nursery

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.