କଳାହାଣ୍ଡି ଉତ୍ସବ ‘ଘୁମୁରା-୨୦୨୦’ : ୧୬ରେ କବି ସମ୍ମିଳନୀ

ଜିଲ୍ଲାର କବିମାନଙ୍କଠାରୁ କବିତା ଆହ୍ୱାନ

ଭବାନୀପାଟଣା,୨୭ା୧୨: କଳାହାଣ୍ଡି ଉତ୍ସବ ‘ଘୁମୁରା-୨୦୨୦’ ଅବସରରେ ଆଗାମୀ ଜାନୁଆରୀ ୧୬ ତାରିଖ ଦିନ ଆୟୋଜିତ ହେବ ଜିଲ୍ଳା ସ୍ତରୀୟ କବି ସମ୍ମିଳନୀ। ଏଥିପାଇଁ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ କବି ସମ୍ମିଳନୀ ଉପସମିତିର ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ଉପସମିତିର ଆବାହକ ସତ୍ୟନାରାୟଣ ମୁଣ୍ଡଛିନାଙ୍କ ଆବାହନରେ ଆୟୋଜିତ ବୈଠକରେ ଅଧ୍ୟକ୍ଷ ଡ.ତପନ କୁମାର ରଥ ସଭାପତିତ୍ୱ କରିଥିବା ବେଳେ ସଦସ୍ୟ ସନ୍ତୋଷ କୁମାର ରଥ, ବିଶ୍ୱରଂଜନ ପଣ୍ଡା, ଜୟଦ୍ରଥ ସୁନା, ସୁଧୀର କୁମାର ଧଙ୍ଗଡ଼ାମାଝୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏଥିରେ ସମ୍ମିଳନୀର ରୂପରେଖ ସଂପର୍କରେ ଆଲୋଚନା କରାଯାଇଥିଲା। ଜିଲ୍ଲାର ସମସ୍ତ ସାହିତ୍ୟ ଅନୁଷ୍ଠାନମାନଙ୍କୁ ଚିଠି କରାଯିବା ସହ କବିମାନଙ୍କଠାରୁ କବିତା ଆହ୍ୱାନ କରାଯିବାକୁ ସ୍ଥିରୀକୃତ ହୋଇଥିଲା। ତେବେ ଅଧିକ ସଂଖ୍ୟାରେ ଲେଖା ଆସୁଥିବାରୁ କେବଳ ଚୟନିତ କବିତା ‘ନିସାନ୍’ରେ ସଂକଳିତ ହେବା ସହ ମଂଚରେ ପାଠ ପାଇଁ କବିମାନଙ୍କୁ ସୁଯୋଗ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ସାମିଲ ହେବା ପାଇଁ ଜିଲ୍ଲାର କବିମାନେ ନିଜ ଫଟୋ ସହ ସ୍ୱରଚିତ ସଂକ୍ଷିପ୍ତ କବିତା ଆସନ୍ତା ଜାନୁଆରୀ ୩ତାରିଖ ସୁଦ୍ଧା ଆକୃତିରେ ଟାଇପ୍ କରି tapanrath11@gmail.com, writersudhir@gmail.com ଇମେଲ୍ ଠିକଣାରେ କିମ୍ବା ୯୯୩୭୭୪୦୬୭୭, ୭୦୦୮୫୬୮୭୮୦ ରେ ହ୍ୱାଟ୍ସଆପ୍ ଯୋଗେ ପଠାଇବାକୁ ନିବେଦନ କରାଯାଇଛି।

ଭବାନୀପାଟଣାରୁ ଦକ୍ଷ ସାହୁଙ୍କ ରିପୋର୍ଟ odiabarta.in

ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.