ଗଛରୁ ନାବାଳକର ଝୁଲନ୍ତା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ

ଲାଞ୍ଜିଗଡ଼,୨୭/୧୨ : ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବୋରପଦର ଗ୍ରାମର ମୁଗା ମାଝୀଙ୍କ ପୁତ୍ର ଲବ ମାଝି (୧୩)ଙ୍କ ଶବ ଆଜି ଗାଁ ପାଖ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ତେବେ କାରଣ ଅସ୍ପଷ୍ଟ ରହିଛି । ଗତ ରବିବାର ଦିନ ସକାଳ ୧୧ ଘଣ୍ଟା ସମୟରେ ଲବ ଖାଇ ସାରିକି ଘରୁ ବାହାରି ଥିଲା। ଘର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ଯ ତାଙ୍କୁ ପାଇନଥିଲେ କି ପୋଲିସକୁ ମଧ୍ୟ ଜଣାଇ ନ ଥିଲେ। ଆଜି ସକାଳେ ୯ ଘଣ୍ଟା ସମୟରେ ଲବର ମୃତ ଦେହ ଦେଖିବା ପରେ ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବୋଲି ବିଜେପୁର ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.