ସମାଜର ଦିଗଦର୍ଶକ ହେଉଛନ୍ତି କବି ଓ ଲେଖକ – ଜିଲ୍ଳାପାଳ

ଚଇତି ମହୋତ୍ସବରେ ଚଇତି କବିତା ଆସର

Omkar Vasthu
Omkar Vasthu

ରାୟଗଡ,୨୯/୧୨ : ରାୟଗଡ ଜିଲ୍ଳା ଲୋକ ମହୋତ୍ସବ ‘ଚଇତି-୨୦୧୯’ର ତୃତୀୟ ଦିନରେ ସ୍ଥାନୀୟ ଡିଆରଡିଏ ସଦଭାବନା ସମ୍ମିଳନୀ କକ୍ଷରେ ଜିଲ୍ଳାର ବିଭିନ୍ନ ବ୍ଳକର ଆସିଥିବା କବି ଓ ଲେଖକମାନଙ୍କୁ ନେଇ ଚଇତି କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି କବିତା ଆସର ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମରେ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆସରର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ବେହେରା ସମାଜର ଦିଗଦର୍ଶକ ହେଉଛନ୍ତି କବି ଓ ଲେଖକ । ସେମାନେ ସମାଜର ହିତକାଂକ୍ଷି ଭାବେ ସମସ୍ତ ବିଷୟବସ୍ତୁକୁ ନିଜ କବିତା ଓ ଗଳ୍ପ ମାଧ୍ୟମରେ ବର୍ଣ୍ଣନା କରିଥାନ୍ତି । ଯାହାକୁ ପଢିବା ଦ୍ୱାରା ଅନେକ କିଛି ଶିକ୍ଷା ଲାଭ କରି ହୋଇଥାଏ ବୋଲି ନିଜ ବ୍ତବ୍ୟରେ ପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ ପ୍ରକଳ୍ପ ପ୍ରଶାସକ ଟୁକୁ ବାରିକ, ଜିଲ୍ଳା ସଂସ୍କୃତି ପରିଷଦର ସଂଯୋଜକ ଡଃ.ଦୁଷ୍ମନ୍ତ କୁମାର ମହାନ୍ତି, ସହ ସଂଯୋଜକ ରମେଶ ଲିମା, ଜିଲ୍ଳା ସଂସ୍କୃତି ଅଧିକାରୀ ତଥା ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ ଆବାହକ ସୁଶାନ୍ତ କୁମାର ନାୟକ ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହାପରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏଥିରେ ମୁଖ୍ୟ ଅତିିଥି ଭାବେ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ଋତୁରାଜ ଏବଂ ସମ୍ମାନୀତ ଅତିଥି ଭାବେ ବାସୁଦେବ ପାତ୍ର ତଥା ଡମ୍ବୁରୁ ପଟ୍ଟନାୟକ ଯୋଗ ଦେଇଥିଲେ । କବି ପ୍ରଫୁ୍ଲ୍ଳ ଚନ୍ଦ୍ର ପାଢୀ, କବି ଶ୍ରୀଧର ପଟ୍ଟନାୟକ, କବି ଉମା ଦାସ ତଥା ଉପସ୍ଥାପିକା ସୁନୀତା ସୁନୀତା ପତି ପ୍ରମୁଖ କବିତା ଆସରରେ ସଂଯୋଜନା କରିଥିଲେ । ବିଶେଷ ଅତିଥି ଭାବେ ଅପୂର୍ବା ପତ୍ରିକାର ସଂପାଦକ କ୍ଷୀରୋଦ ପତି, କାବ୍ୟଲୋକ ପତ୍ରିକାର ସଂପାଦକ ଭିକାରୀ ଧଳ, ବ୍ରହ୍ମପୁର ସାହିତ୍ୟ ପରିଷଦର ସଭାପତି ସୁଶାନ୍ତ ଦାଶ, କବି ଗୈାର ଷଡଙ୍ଗି ପ୍ରମୁଖ କବିତା ଆସରରେ ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ମନୋରମ କବିତା ଆସରରେ ଜିଲ୍ଳାର ବିିଭିନ୍ନ ବ୍ଳକରୁ ୬୦ରୁ ଉର୍ଦ୍ଧ କବିମାନେ ଯୋଗ ଦେଇ କବୟତ୍ରୀ ସ୍ୱରଚିତ କବିତା ପାଠ କରି ଆସରକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in


For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.