ଲାଞ୍ଜିଗଡ ବ୍ଲକରେ ସ୍ବଛ ଭାରତ କାର୍ଯ୍ୟକ୍ରମ

ଲାଞ୍ଜିଗଡ,୨୭/୧୨ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ମୁଖ୍ୟାଳୟ ବିଶ୍ୱନାଥପୁର ବ୍ଳକ ପରିସର ମଧ୍ୟରେ ଶୁକ୍ରବାର ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ ବ୍ଲକ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ,ଏବିଡ଼ିଓ ବିଭୁତି ଭୂଷଣ ସତପଥି, ଏଇ ବିଶ୍ୱଜିତ ପାତ୍ର, ପରିମଳ ଓ ଜଳଯୋଗାଣ ମୁଖ୍ୟ ଜସ୍ବନ୍ତ ମାଝୀ, ଯନ୍ତ୍ରୀ ପିତାମ୍ବର ହେମରାମ ଓ ଶ୍ମିତା ବିଶ୍ୱାଳ,ଲାଞ୍ଜିଗଡ଼ ବ୍ଳକ ପୂର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ,ବ୍ଲକ ପୂର୍ବତନ ଅଧ୍ୟକ୍ଷ ମନୋହର ହରପାଲ, ମୁଖ୍ୟ କିରାଣି ଭଗବାନ ତ୍ରିପାଠୀ, ପୋଖରୀ ବନ୍ଧ ସରପଞ୍ଚ କାମେଶ୍ୱର ଜେନା, ଗୋପବନ୍ଧୁ ପ୍ରଧାନ,

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଯୁବ ନେତା ତରୁଣ ଦାସ, କିଶୋର ହରପାଲ ଓ ହରିହର କୁମାର, ବିଜୁ ବାହିନୀ ସଭାପତି ପରୀକ୍ଷିତ ନାଏକ, ଡିଲେଶ୍ୱର ନାଗ, ସାମ୍ବାଦିକ କ୍ଷମାନିଧି ମହାଖୁଡ଼, ଦୁଃଖିଶ୍ୟାମ ନାଗ, ବ୍ଲକର ବିଜୁ ଯୁବ ବାହିନୀ ଓ ବ୍ଲକ କର୍ମଚାରୀ ବୃନ୍ଦ ସାହାଯ୍ୟ କରି ଥିଲେ। ବ୍ଲକ ପରିସରରେ ଥିବା ଅନାବନା ଗଛ, ପଲିଥିନ, ଅଳିଆ ଆବର୍ଜନା, ଅଦରକାରୀ ସାମଗ୍ରୀ ସଫା କରାଯାଇ ଥିଲା। ପ୍ରତି ମାସରେ ଶେଷ ସପ୍ତାହରେ ଗୋଟିଏ ଦିନ ସମସ୍ତେ ମିଳିମିଶି ସଫେଇ କାର୍ଯ୍ୟରେ ଯୋଗ ଦେଇ ବ୍ଲକକୁ ସ୍ଵଛ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଲାଞ୍ଜିଗଡ଼ ବିଡ଼ିଓ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।

Udyog Nursery
Udyogi Nursery
ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.