ଟିଟିଲାଗଡ,୨୨/୧୨:
ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବାଞ୍ଜିପଦର ଗ୍ରାମ ପଞ୍ଚାୟତ ସ୍ଥିତ ମାଲିଝର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପୋଷାକ ବିତରଣ କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁରପତି ଝାଙ୍କର,ସହ ଶିକ୍ଷକ ଦୋଳଗଞ୍ଜନ ନାଗ,ଗୌରୀଶଙ୍କର ଶର୍ମା,ସୁଶାନ୍ତ କୁମାର ମହଲା,ସହ ଶିକ୍ଷୟତ୍ରୀ କୁଞ୍ଜଳତା ସେନାପତି, ସ୍ମୁତିପ୍ରୀୟା ମିଶ୍ର
ଏବଂ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ସତ୍ୟ ବିଭାର ଓ ଗ୍ରାମ୍ୟ କମିଟି ର ସମ୍ପାଦକ ଉତ୍କଳମଣୀ ବାଗ ଉପସ୍ଥିତ ରହି ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବିତରଣର କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି, ମାତୃ ଶିକ୍ଷକ ମଣ୍ଡଳୀ ଓ ପିତୃ ଶିକ୍ଷକ ମଣ୍ଡଳୀ ଉପସ୍ଥିତ ରହିଥିଲେ । ଅପରପକ୍ଷରେ ବିଦ୍ୟାଳୟ ଛୁଟି ଥିଲେ ମଧ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଏପରି କାର୍ଯ୍ୟକ୍ରମକୁ ସ୍ଥାନୀୟ ଗ୍ରାମବାସୀ ତଥା ଅଭିଭାବକ ମାନେ ଧନ୍ୟବାଦ ଦେବା ସହ ବହୁତ ପ୍ରଶଂସା କରିଥିଲେ ।
ଟିଟିଲାଗଡରୁ ଭିଷ୍ମସେନ୍ ମହାକୁରଙ୍କ ରିପୋର୍ଟ odiabarta.in
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube