ବକେୟା ଦରମା ଦାବୀରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଏଲ ଏଣ୍ଡ କେ ସର୍ଭିସ କମ୍ପାନୀ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ଗତ ମାର୍ଚ୍ଚ ମାସରୁ ଦରମା ପ୍ରଦାନ କରି ନାହାନ୍ତି। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ,ଏହିପରି ସ୍ଥଳେ କର୍ମଚାରୀ ମାନଙ୍କ ପରିବାର ପ୍ରତିପୋଷଣ ରେ ଅସୁବିଧା ହେଉଛି। ଉକ୍ତ କମ୍ପାନୀ ଦ୍ୱାରା କାର୍ଯ୍ୟରତ ବାର ଜଣ କର୍ମଚାରୀ ମଙ୍ଗଳବାର ଲିଖୂତ ଅଭିଯୋଗ ଦେବା ପରେ କାର୍ଯ୍ୟ ବନ୍ଦ କରିଛନ୍ତି। ଏହାଦ୍ବାରା ଫୁଲବାଣୀ ମୂଖ୍ୟଚିକିତ୍ସା କେନ୍ଦ୍ର ରେ ଜଳ ଯୋଗାଣ ସମସ୍ୟା ଦେଖା ଦେବା ସହ ଅନ୍ୟାନ୍ୟ ଅସୁବିଧା ଦେଖାଯାଇଛି। ଏହିପରି ସ୍ଥଳେ କର୍ମଚାରୀ ମାନଙ୍କୁ ମିଥ୍ୟା କେଶ ଦେବା ଓ ଚାକିରୀ ରୁ ଛଟେଇ କରିବା ପାଇଁ ଧମକ ମିଳୁଛି। ସୂଚନାଯୋଗ୍ୟ ଯେ ଏ ସଂକ୍ରାନ୍ତରେ ପୂର୍ବରୁ ମେଡ଼ିକାଲ ମ୍ୟାନେଜର, ମୂଖ୍ୟ ଚିକିତ୍ସା ଅଧୂକାରୀ ତଥା କମ୍ପାନୀ ମୁଖ୍ୟ ଙ୍କୁ ଅବଗତ କରିଥିଲେ ସୁଦ୍ଧା ସମସ୍ୟା ର ସମାଧାନ ହୋଇ ପାରୁନି। ଏହି ପରି କ୍ଷେତ୍ରରେ କନ୍ଧମାଳ ମୁଖ୍ୟ ଚିକିତ୍ସାଳୟରେ ସମସ୍ୟା ବଢ଼ିବାରେ ଲାଗିଛି। ତେଣୁ ଦେଖିବାକୁ ବାକି ରହିଲା ଯେ, କେବେ କମ୍ପାନୀ କର୍ମଚାରୀ ମାନଙ୍କୁ ବକେୟା ଦରମା ଦେବ ଓ କର୍ମଚାରୀ କାର୍ଯ୍ୟ କୁ ଫେରିବେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.