ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବ୍ରଜବିହାର ଠାରେ ପବିତ୍ର ଗୁରୁପୂର୍ଣ୍ଣିମା ପାଳି ହୋଇଯାଇଛି। ପ୍ରଧାନଆଚାର୍ଯ୍ୟ ମନୋଜ କୁମାର ମୁଣ୍ଡଙ୍କ ତତ୍ୱାବଧାନ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅୟଷକାନ୍ତ ପତି ଯୋଗ ଦେଇଥିଲେ। ଗୁରୁ ବ୍ୟାସଦେବଙ୍କ ଜୀବନ ଚରିତ୍ର, ଲେଖନୀ ଚାଳନା ଏବଂ ଜ୍ଞାନଗାରିମାକୁ ସଂକ୍ଷିପ୍ତରେ ପ୍ରାଞ୍ଜଳ ଭାବରେ ପ୍ରତିପାଦନ କରିଥିଲେ ମୁଖ୍ୟ ଅତିଥି ଏବଂ ଅଧ୍ୟକ୍ଷୀୟ ଅଭିଭାଷଣରେ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଗୁରୁ ଳର ସ୍ଥାନ, ଭକ୍ତି ଓ ମର୍ଯ୍ୟାଦା କିପରି କରିବା କହିବା ସାଥେ ସାଥେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କିପରି ଆରମ୍ଭ କରିଥିଲେ ଶ୍ରୀ ଗୁରୁ ପୂଜନ ତାହା ବକ୍ତବ୍ୟରେ କହିଥିଲେ। ହିନ୍ଦୁ ସଂସ୍କୃତିର ଅନ୍ୟତମ ନିଦର୍ଶନ ଗୁରୁ ଶିଷ୍ୟ ପରମ୍ପରା ଅଟେ ତେଣୁ ରାଷ୍ଟ୍ର ପାଇଁ ନିଜର ଶ୍ରଦ୍ଧା ସମର୍ପଣ ପୂର୍ବକ ରାଷ୍ଟ୍ରକାର୍ଯ୍ୟରେ ନିୟୋଜିତ ହେବାପାଇଁ ପ୍ରୋତ୍ସାହନ ଦେଇଥିଲେ। ସୁନିତା ରାଉଳ ସଭା ପରିଚାଳନା କରିଥିବାବେଳେ ବୌଦ୍ଧିକ ଦାୟିତ୍ୱରେ ଥିଲେ ରଶ୍ମିତା ପଣ୍ଡା ଓ ସମସ୍ତ ଗୁରଜୀ ଗୁରୁମା। ଶେଷରେ ଶ୍ରୀମତୀ ଜ୍ୟୋତିର୍ମୟୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।






