କ୍ଷୁଦ୍ର ସଞ୍ଚୟ ଯୋଜନା ସମ୍ପର୍କିତ ଆର୍ଥିକ ସାକ୍ଷରତା ଓ ସଚେତନତା କର୍ମଶାଳା

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ କେ.ସି.ପୁରସ୍ଥିତ ସରକାରୀ ଏସ୍.ଏସ୍.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ କ୍ଷୁଦ୍ର ସଞ୍ଚୟ ଯୋଜନା ସମ୍ପର୍କିତ ଆର୍ଥିକ ସାକ୍ଷରତା ଓ ସଚେତନତା କାର୍ଯ୍ୟକ୍ରମ ଅବସରରେ ଏକ ଆଲୋଚନା ଚକ୍ର ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା କାର୍ଯ୍ୟକ୍ରମରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଶ୍ରୀମତୀ ତ୍ରିବେଣୀ କୁମାରୀ ଦେବୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସୋଲମନ ରାଇକା, ଡେପୁଟି ପୋଲିସ ଉପ- ଅଧୀକ୍ଷକ ଶ୍ରୀମତୀ ସରିତା ବେହୁରିଆ, ଗୁମ୍ମା ଉପ-ଡାକଘରର ପୋଷ୍ଟମାଷ୍ଟର ଶ୍ରୀ ଶଙ୍କର ପାତ୍ର, ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ,ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। କର୍ମଶାଳାରେ ବିଭିନ୍ନ କ୍ଷୁଦ୍ର ସଞ୍ଚୟ ଯୋଜନା, ସରକାରଙ୍କ ପ୍ରୋତ୍ସାହନମୂଳକ ସଞ୍ଚୟ ଯୋଜନା, ଆର୍ଥିକ ସାକ୍ଷରତାର ଗୁରୁତ୍ୱ, ନିୟମିତ ସଞ୍ଚୟ ଓ ନିବେଶର ସୁଫଳ ସମ୍ପର୍କରେ ବିସ୍ତୃତ ସଚେତନତା ସୃଷ୍ଟି କରାଯାଇଥିଲା। ଏହାସହ ଡିଜିଟାଲ ଆର୍ଥିକ କାରବାର ସମୟରେ ସତର୍କତା ଅବଲମ୍ବନ, ସାଇବର ଠକେଇରୁ ସୁରକ୍ଷିତ ରହିବାର ଉପାୟ ଏବଂ ପ୍ରତିରୋଧମୂଳକ ପଦକ୍ଷେପ ସମ୍ପର୍କରେ ଉପସ୍ଥିତ ଅଂଶଗ୍ରହଣକାରୀ ମାନଙ୍କୁ ଅବଗତ କରାଯାଇଥିଲା। ଆଲୋଚନା ଚକ୍ରରେ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଅଂଶଗ୍ରହଣକାରୀ ମାନଙ୍କ ସହ ସକ୍ରିୟ ମତ ବିନିମୟ କରାଯାଇଥିଲା । ସେମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ କ୍ଷୁଦ୍ର ସଞ୍ଚୟ ଯୋଜନା, ସୁରକ୍ଷିତ ନିବେଶ ଏବଂ ସାଇବର ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.