ଖୁଦୁରୁକୁଣୀ ଓଷାର ଉଦଜାପନୀ ପୂଜା, କୁମାରୀମାନଙ୍କ ଗହଣରୁ ବିଦାୟ ନେଲେ ଦେବୀ

କଳାହାଣ୍ଡି: ନର୍ଲା ବ୍ଲକର ଏକ ଐତିହ୍ୟ ସଂପର୍ଣ୍ଣ ଗାଁ ଧଅଁରାମାଲରେ କୁମାରୀ କନ୍ୟା ମାନଙ୍କ ଦ୍ଵାରା ଖୁଦୁରୁକୁଣୀ ଓଷାର ଉଦଯାପନୀ ପୂଜା ପାଳିତ ହୋଇଯାଇଛି। ଭାଇମାନଙ୍କର ମଙ୍ଗଳ ମନାସିବା ପାଇଁ କରାଯାଉଥିବା ଏହି ପୂଜା ଗତ ଅଗଷ୍ଟ ୯ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖରେ ସମାପନ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଓଷାର ନିୟମ ଅନୁକ୍ରମେ ପ୍ରତି ରବିବାର ଦିନ କୁମାରୀମାନେ ଦେବୀଙ୍କୁ ପୂଜାକରି ଆସୁଥିଲେ। ଚତୁର୍ଥ ରବିବାର ଦିନ ସକାଳେ ବାଲୁକା ପୂଜା ପରେ ୧୧ଘଣ୍ଟା ସମୟରେ ପୂଜା ଆରମ୍ଭ ହୋଇ ସନ୍ଧ୍ୟାରେ ଶେଷ ହୋଇଥିଲା। ଓଷାଧାରୀ ମାନଙ୍କ ଦ୍ୱାରା ଏକ ଅନ୍ନପ୍ରସାଦ ଗାଁ ଲୋକଙ୍କୁ ବଂଟନ କରାଯାଇଥିଲା। ସରକାରୀ କୋଭିଡ ନିର୍ଦ୍ଦେଶନାମାକୁ ଦୃଷ୍ଟିରେ ରଖି ସମସ୍ତ ପୂଜା କାର୍ଯ୍ୟ ସମାପନ ହୋଇଥିଲା।

Udyog Nursery
Udyogi Nursery

ଗ୍ରାମର ଦମୟନ୍ତୀ, ଜନନୀ, ସଞ୍ଜୁ ମମତା, ସସ୍ମିତା, ରୁବି, ନିକିତା, ନିଶି, ପୁନମ, ରିତୁ, ପ୍ରୀତି, ଅନିତା, ମନୀଷା, ମନି, ଲିପି, ସୁବା, ଖୁସି ପ୍ରାଚୀ, ମିନା ପ୍ରମୁଖ ପୂଜାରେ ସକ୍ରିୟ ଥିଲେ।

Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.