ପ୍ରଭାତ ସଙ୍ଗୀତ ଦିବସ ଅବସରରେ  ଅନଲାଇନ ସାଂସ୍କୃତିକ ପ୍ରତିଯୋଗିତା

ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ): ଆନନ୍ଦ ମାର୍ଗର ବାଲେଶ୍ଵର ସାଂସ୍କୃତିକ ଶାଖା ରାଂଶା ଆର୍ଟିଷ୍ଟ୍ ଆଣ୍ଡ ରାଇଟର୍ ଆସୋସିଏସନ୍ ପକ୍ଷରୁ ପ୍ରଭାତ ସଙ୍ଗୀତ ଦିବସ ଉପଲକ୍ଷେ ଅନଲାଇନରେ ନୃତ୍ୟ, ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ବାଲେଶ୍ୱରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ‘ନାଚ’ର ସହଭାଗିତ କ୍ରମେ ଅନୁଷ୍ଠିତ ହୋଇଯାଇଛି।

ସହର ସମେତ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍କୁଲ କଲେଜରୁ ଛାତ୍ରଛାତ୍ରୀମାନେ ଏହି ଅନଲାଇନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ‘ଉତ୍କଳ ସମାଜ’ର ସମ୍ପାଦକ ଡକ୍ଟର ଭାସ୍କର ଚନ୍ଦ୍ର ଜେନା ମୁଖ୍ୟ ଅତିଥି ତଥା ସ୍ବାମୀ ସତ୍ୟ ସୁଧାନନ୍ଦ ଅବଧୂତ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସମସ୍ତ କୃତୀ ପ୍ରତିଯୋଗୀ ତଥା ଆୟୋଜକ ‘ନାଚ୍’ ନୃତ୍ୟ ଅନୁଷ୍ଠାନକୁ ଶୁଭେଚ୍ଛା ଜଣାଇବା ସହ ପ୍ରତିବର୍ଷ ପାଳନ ହୋଇଥିବା ପ୍ରଭାତ ସଙ୍ଗୀତ ଦିବସର ଯଥାର୍ଥତା ଏବଂ ଇତିହାସ ବିଷୟରେ କହିଥିଲେ।

ଏଥି ସହିତ କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ତଥା ଟ୍ରଫି ପ୍ରଦାନ କରାଯାଇଥିଲା। ‘ନlଚ୍’ର ଅଧ୍ୟକ୍ଷା ଶ୍ରୀମତୀ ରୋନାଲିସା ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ ସମସ୍ତ ପ୍ରତିଯୋଗୀ ତଥା ଅଭିଭାବକ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସମସ୍ତ କାର୍ଯ୍ୟକ୍ରମ ସରକାରଙ୍କ କୋଭିଡ-୧୯ ନିୟମକୁ କଡାକଡି ଭାବେ ପାଳନ କରିବା ସହିତ ସୋସିଆଲ ଡିଷ୍ଟାନ୍ସିଂକୁ ଅନୁପାଳନ କରି ଅନୁଷ୍ଠିତ ହୋଇଥିଲା।

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.