ଭିକ୍ଷାବୃତି କରୁଥିବା ବୃଦ୍ଧାର ମୃତଦେହ ଉଦ୍ଧାର

ରାୟଗଡ: ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ଠାରେ ଥିବା ଆଇଓବି ବ୍ୟାଙ୍କ ନିକଟ ଏସବିଆଇ ଏଟିଏମ କାଂଉଟର ସମ୍ମୁଖରେ ଭିକ୍ଷାବୃତି କରୁଥିବା ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଛି ଚାନ୍ଦିଲି ଥାନା ପୋଲିସ । ମୃତ ବୃଦ୍ଧା ଜଣଙ୍କ ହେଲେ ଏନ.ଲକ୍ଷ୍ମୀ । ସେ ଜେକେପୁର ଅଂଚଳରେ ଭିକ୍ଷାବୃତି କରୁଥିବା ଜଣାପଡିଛି । ଲଗାଣ ବର୍ଷା ଯୋଗୁଁ ବାହାରେ ରହୁଥିବା ବୃଦ୍ଧା ଲକ୍ଷ୍ମୀ ଥଣ୍ଡା ସହ୍ୟ କରି ନ ପାରି ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଆଜି ସକାଳେ ସ୍ଥାନୀୟ ଲୋକେ ବୃଦ୍ଧାଙ୍କ ମୃତ ଦେହ ପଡିଥିବା ଦେଖି ସ୍ଥାନୀୟ ସରପଂଚଙ୍କୁ ଓ ଚାନ୍ଦିଲି ପୋଲିସଙ୍କୁ ଖବର ଦେଇଥିଲେ ।


ଚାନ୍ଦିଲି ସରପଂଚଙ୍କ ସହାୟତାରେ ଶବକୁ ଉଦ୍ଧାର କରାଯାଇଥିଲା । ଚାନ୍ଦିଲି ଥାନାରେ କେଶ ନମ୍ବର ୧୩/୨୦ରେ ଏକ ଅପମୂତୃୁ ମାମଲା ରୁଜୁ କରାଯାଇ ବୃଦ୍ଧାଙ୍କ ଶବକୁ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି ଏବଂ ବ୍ୟବଚ୍ଛେଦ ପରେ ତାଙ୍କ ସ୍ୱାମୀ ଏନ.କ୍ରିଷ୍ଣାଙ୍କୁ ଶବ ହସ୍ତାନ୍ତର କରାଯିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ରଜେଶ୍ୱର ଶବର ସୂଚନା ଦେଇଛନ୍ତିି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.