ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): “ରକ୍ତଦାନ ମହାପୁଣ୍ୟ, ରକ୍ତର କୌଣସି ବିକଳ୍ପ ନାହିଁ”- ଏହି ବାର୍ତ୍ତା ନେଇ ବାଲେଶ୍ୱର ସଦର ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥିତ ରକ୍ତ ଭଣ୍ଡାରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ସମାଜସେବୀ ଆଶ୍ରୀତା ତରାଇଙ୍କ ଉଦ୍ୟମରେ ଅନୁଷ୍ଠିତ ଏହି ଶିବିରରେ ୫୫ ଜଣ ସ୍ୱେଚ୍ଛାସେବୀ ରକ୍ତ ଦାନ କରିଥିଲେ। ବୃକ୍ଷରୋପଣ, ପାଣିଛତ୍ର ଓ ଅନ୍ନଦାନ ଭଳି ବିଭିନ୍ନ ଜନହିତକର କାର୍ଯ୍ୟରେ ସକ୍ରିୟ ରହି ଆଶ୍ରୀତା ନିଜ ଅଞ୍ଚଳରେ ଜଣେ ସମର୍ପିତ ସମାଜସେବୀ ଭାବେ ପରିଚିତ ହୋଇଛନ୍ତି। ଶିବିରରେ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ଓ ବିଜେପି ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ପର୍ଶୁରାମ ବେହେରା, ରାଜେନ୍ଦ୍ର ଚାଟାର୍ଜୀ, ବିକ୍ରମ ପଣ୍ଡା, ବିକାଶ ପାଢ଼ୀ, ପ୍ରଶାନ୍ତ ଦାସ, ଗଣେଶ ମହାପାତ୍ର, ସନ୍ତୋଷ ସେଠୀ, ସସ୍ମିତା ପଣ୍ଡା, ଶାଇରୁଲ ହକ୍, ସିମନ ଦାସ ମହାପାତ୍ର, ଅସିତ ଦାସ, ତପନ ମହାଲିକ, ସୁଶାନ୍ତ ଜେନା, ଚନ୍ଦ୍ରଶେଖର ନନ୍ଦ, ସତ୍ୟେନ୍ଦ୍ର ଦାସ, ରାଜେନ୍ଦ୍ର ଦାସ, ସର୍ବେଶ୍ୱର ଜେନା, ରଶ୍ମିରେଖା ଦେବ ଓ ଅମିୟ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସୁଶାନ୍ତ ତରାଇ ଧନ୍ୟବାଦ ଅର୍ପଣ କରିଥିଲେ।





