ଟ୍ରାକ୍ଟର ଏବଂ ବାଇକ୍ ମୁହାଁମୁହିଁ ଧକ୍କା : ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ

ବଲାଙ୍ଗୀର: ସିନ୍ଧେକେଲା ବ୍ଲକ କାଲକୁଟ୍ ମନ୍ଦାର ମୁଣ୍ଡା ବନ୍ଧ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଧିନସ୍ଥ ସୁର୍ଡା ଗ୍ରାମର ଶଙ୍ଖା ବଗର୍ତ୍ତୀ (୨୬) କୈାଣସି ଏକ ଘରୋଇ କାମରେ ମାଳପଡା ଗାଁକୁ ଯାଇଥିଲେ। ସେଠାରୁ ସନ୍ଧ୍ୟା ୬.୩୦ ସମୟରେ ବାଇକ୍ ରେ ଘରକୁ ଫେରୁଥିଲେ। ସେହି ସମୟରେ କାଲକୁଟ୍ ମନ୍ଦାର ମୁଣ୍ଡା ବନ୍ଧ ପାଖରେ ବିପରିତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ( ଗାଡ଼ି ନମ୍ବର CG07 D9896) ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାଇକ୍ ଆରୋହୀ ଶଙ୍ଖୀ ବଗର୍ତ୍ତିଙ୍କ ମୃତ୍ୟୁ ହୋଇଯାଇଥିଲା। ଟ୍ରାକ୍ଟର ଚାଳକ ବେପରୁଆ ଭାବରେ ଚଳାଉଥିବାରୁ ଏହିଭଳି ଘଟଣା ଘଟିଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି। ଘଟଣା ସ୍ଥଳରେ ସିନ୍ଧେକେଲା ଥାନା ଅଧିକାରୀ ଅନନ୍ତ ପ୍ରଧାନ ପହଞ୍ଚି ମୃତଦେହ ଜବତ କରିଥିଲେ। ଏନେଇ ସିନ୍ଧେକେଲା ଗାଁରେ ଏକ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି। ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ପଠାଯାଇଥିଲା ଏବଂ ପରେ ପରିବାର ବର୍ଗଙ୍କ ହସ୍ତାନ୍ତର କରାଯାଇଥିଲା। ଅନ୍ୟ ପକ୍ଷରେ ମୃତ ଶଙ୍ଖା ବଗର୍ତ୍ତି ଜଣେ ଦିନ ମଜୁରୀଆ ଭାବେ ପରିବାର ପ୍ରତିପୋଷଣ କରୁଥିଲେ। ସେ ପରିବାରର ମୁଖ୍ୟ ଥିଲେ। ତାଙ୍କର ଅକାଳ ବିୟୋଗ ପରେ ଏହି ପରିବାର କିପରି ଚଳିବ ସେନେଇ ଅଞ୍ଚଳବାସୀ ଚିନ୍ତା ପ୍ରକଟ କରିଛନ୍ତି। ତେଣୁ ମୃତକଙ୍କ ପରିବାରକୁ ତୁରନ୍ତ ରେଡ କ୍ରସ ପାଣ୍ଠିର ସହାୟତା ଏବଂ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇଦେବା ପାଇଁ ଯୁବ ସମାଜ ସେବୀ ହରିଶ ବଗର୍ତ୍ତୀ ଓ ମା’ ଦ୍ୱରସେନି ଯୁବକ ସଂଘ, ସୁର୍ଡା ପକ୍ଷରୁ ଦାବି କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.