କ୍ରୀଡା ମାଧ୍ୟମରେ ଶୃଙ୍ଖଳା, ଏକତା ଓ ନେତୃତ୍ଵର ବାର୍ତ୍ତା
ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡା ସ୍ଥିତ ଅପର ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ପରିସରରେ ତା ୦୯/୧୦/୨୦୨୬ ଠାରୁ ତା ୧୦/୧୦/୨୦୨୬ ରିଖ ଦୁଇ ଦିନ ଧରି ଜିଲ୍ଲା ସ୍ତରୀୟ ଖୋ ଖୋ ଏବଂ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି।ଏ ନେଇ ଆୟୋଜିତ କାର୍ଯ୍ୟକ୍ରମ ରେ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ରୁ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର କ୍ରୀଡା ଦକ୍ଷତା ପ୍ରଦର୍ଶନ କରିଥିଲେ।ଉଦଯାପନୀ ସମାରୋହ ରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ବିଜୟ ଦିଶାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ର ସଦସ୍ୟ ଶିବପ୍ରସାଦ ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ର ଉନ୍ନତି ସହ ଶାରୀରିକ ସୁସ୍ଥତା ମାନସିକ ଦୃଢ଼ତା ଏବଂ ଚରିତ୍ର ଗଠନ ରେ କ୍ରୀଡା ର ଗୁରୁତ୍ଵ ଉପରେ ଆଲୋକପାତ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି, କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ଡା, ଜୁନାଗଡ଼ ଶିକ୍ଷା ଅଧିକାରୀ ତପନ କୁମାର ମାଝୀ, କଳାହାଣ୍ଡି ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ରୂପ ସିଂ ରାଉତ, ଜୟପାଟଣା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିକ୍ରମ ସିଂହ ମାଝୀ ଏବଂ ଆୟୋଜକ ପ୍ରଧାନ ଶିକ୍ଷକ ସୈମେନ୍ଦ୍ର ସିଂହାର ଉପସ୍ଥିତ ରହି ଉତ୍ସବ କୁ ଗୋରବାନ୍ନିତ କରିଥିଲେ। ଜୟପାଟଣା ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ କେଶବ ଚନ୍ଦ୍ର ହେମ୍ବ୍ରମ, ସରୋଜ ଠାକୁର ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଜୟପାଟଣା ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଲଲିତ କୁମାର ନାଏକ ପରିଚାଳନା କରିଥିବା ବେଳେ ସହ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।





