ଦନ୍ତା ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ଘଟଣା, ମୃତ ପରିବାରକୁ ଭେଟିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ

ଓଡ଼ିଆ ବାର୍ତ୍ତା/ ଲାଞ୍ଜିଗଡ଼ (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ଗ୍ରାମ ପଞ୍ଚାୟତର କାଣ୍ଡଗୁଢା ଗ୍ରାମର ବଳ ମାଝୀ (୫୫) ଗତ ସୋମବାର ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ।
ଏହି ଦୁଃଖଦ ଖବର ପାଇ ଆଜି ପୂର୍ବତନ ମନ୍ତ୍ରୀ ଡ. ବଳଭଦ୍ର ମାଝୀ କାଣ୍ଡଗୁଢା ଗ୍ରାମରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ଶ୍ରୀ ମାଝୀଙ୍କ ସହିତ ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ତୁଳ, ଜଗନ୍ନାଥପୁର ସମିତି ସଭ୍ୟ ତଥା କଂଗ୍ରେସ ନେତା ପ୍ରଦୀପ ମାଝୀ ଉପସ୍ଥିତ ଥିଲେ।ମୃତକଙ୍କ ପରିବାରକୁ ସରକାରୀ ସହାୟତା ଓ କ୍ଷତିପୂରଣ ତୁରନ୍ତ ପ୍ରଦାନ କରିବା ପାଇଁ ସେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ବଳ ମାଝୀ ଓ ତାଙ୍କ ସ୍ତ୍ରୀ ଟିଙ୍ଗୁ ମାଝୀ ଗତ ସୋମବାର ମଧ୍ୟାହ୍ନରେ କାମ୍ବେଲ ନାପା ଡଙ୍ଗର ଅଞ୍ଚଳରେ ଥିବା ନିଜ ପୋଡୁ ଚାଷ ଫସଲ ଦେଖିବା ପାଇଁ ଯାଇଥିଲେ। ସେଠାରେ ହଠାତ୍ ଏକ ଦନ୍ତା ହାତୀ ସାମ୍ନାକୁ ଆସିବାରୁ ଉଭୟ ପ୍ରାଣ ବିକଳରେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ବଳ ମାଝୀଙ୍କୁ ହାତୀ ଆକ୍ରମଣ କରିଥିଲା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ଭିନ୍ନଭିନ୍ନ ହୋଇ ମୃତ୍ୟୁ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.