ମୁଣ୍ଡାଗାଁରେ ଭୋଟର ଦିବସ ପାଳିତ

ଲାଞ୍ଜିଗଡ଼,(ଦୁଃଖିଶ୍ୟାମ ନାଗ): ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ବର ୫୮ ମୁଣ୍ଡାଗାଁ ଠାରେ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟିକୁ ବୁଥ୍ ସ୍ତରୀୟ ଅଧିକାରୀ ବିଭୁତି ଭୂଷଣ ହରିଜନ ପରିଚାଳନା କରିଥିବାବେଳେ ଲାଞ୍ଜିଗଡ଼ ବ୍ଲକ୍ ଆତ୍ମା ଅଧ୍ୟକ୍ଷ ବିରାଜ ପନ୍ଦର ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ବୁଥ୍ ସ୍ତରୀୟ ଅଧିକାରୀ ସମସ୍ତ ନୂତନ ଭୋଟର ମାନଙ୍କୁ ମତଦାନର ମହତ୍ଵ ବିଷୟରେ ଅବଗତ କରେଇଥିଲେ। ସୁଦୃଢ ଗଣତନ୍ତ୍ର ତଥା ଦେଶର ଉନ୍ନତି ଓ ବିକାଶରେ ନିଜକୁ ସାମିଲ କରି ନିର୍ବାଚନରେ ଭାଗ ନେଇ ନିଜ ମତଦାନ ଭୋଟ ମାଧ୍ୟମରେ ସାବ୍ୟସ୍ତ କରିବା ସମସ୍ତ ନାଗରିକଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତଥିବା ସମସ୍ତ ଭୋଟର ନିରପେକ୍ଷ ମତଦାନ ପାଇଁ ସଂକଳ୍ପ ଶପଥ ପାଠ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.