ଧରାପଡ଼ିଲା କାଠଚୋର, କୋର୍ଟ ଚାଲାଣ

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ରେଂଜରେ ଗତ ତିନିଦିନ ମଧ୍ୟରେ ଦୁଇଟି କାଠ ଚୋରୀ ଘଟଣା ଧରାପଡ଼ିଥିବା ଜଣାଯାଇଛି । ଗତ ଦୁଇ ଦିନତଳେ କାଠ ଚୋରୀ କରି ଯାଉଥିବା ଏକ ପିକଅପ୍ ଭ୍ୟାନ ଧରାପଡ଼ିଥିଲା ଏବଂ ଜଣେ କୋର୍ଟ ଚାଲାଣ ହେଇଥିବାବେଳେ ଗତରାତିରେ ମଧ୍ୟ ନୂତନ ଭାବରେ ଯୋଗଦେଇଥିବା ରେଂଜ ଅଧିକାରୀ ଅସିତ କୁମାର ଦାଶଙ୍କ ନେତୃତ୍ୱରେ ରାତି ପେଟ୍ରୋଲିଂ କରୁଥିବାବେଳେ ମ.ରାମପୁର ରେଂଜ ଅଧିନସ୍ଥ ଟାପରେଙ୍ଗ ସଂରକ୍ଷିତ ଜଙ୍ଗଲରୁ ମାର୍କଣ୍ଡ ମାଝୀ(୪୮) ନାମକ ଉର୍ଲଦାନୀ ପଂଚାୟତର ଜୁରାଖମନ ଗାଁର ଜଣେ ବ୍ୟକ୍ତି ପିଆଶାଳ କାଠ ଚୋରିକରି ନେଉଥିବା ବେଳେ ଧରାପଡ଼ିଥିବା ଜଣାଯାଇଛି । ୧୭ ସିଏଫଟି ପରିମାଣର କାଠ ତା ପାଖରୁ ଜବତ କରାଯାଇ ତାକୁ କୋର୍ଟ ଚାଲାଣ କରାଯାଇଛି । ଆଜି ପେଟ୍ରୋଲିଂ ସମୟରେ ରେଂଜ ଅଧିକାରୀଙ୍କ ସମେତ ମ.ରାମପୁର ବନପାଳ ରମେଶ କୁମାର ବାଗ, ଜୁରାଖମନ ବନପାଳ ଦୀପକ ସା, ବନରକ୍ଷୀ ବାଳକୃଷ୍ଣ ଜାଲ, ଗୋପୀନାଥ ନାଏକ, ଦାମୋଦର ସାହୁ, ଶଙ୍କର ପ୍ରସାଦ ବାଗ ଏବଂ ସ୍କ୍ୱାର୍ଡ଼ ବିରଞ୍ଚି ସାହୁ, ପ୍ରକାଶ ମାଝୀ, ତୁଳସୀ ରାମ ଭୋଇ ପ୍ରମୁଖ ସାମିଲ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.