ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବାକୁ ନେଇ ସଚେତନତା ସଭା

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ କାର୍ଯ୍ୟାଳୟଠାରେ ଜଙ୍ଗଲ ନିଆଁ ନିୟନ୍ତ୍ରଣକୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ବିଶ୍ୱନାଥପୁର ବନାଞ୍ଚଳ ଅଧିକାରୀ ଲକ୍ଷ୍ୟ ମହାନନ୍ଦଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ, ଲାଞ୍ଜିଗଡ ଅଗ୍ନିଶମ ବିଭାଗ ଅଫିସର ମନୋରଞ୍ଜନ ପାଢ଼ୀ ଓ ଲାଞ୍ଜିଗଡ ପ୍ରେସ୍ କ୍ଳବ ସଭାପତି କୈଳାସ ଚନ୍ଦ୍ର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।

Omkar Vasthu
Omkar Vasthu


ଅତିଥିମାନେ ନିଆଁ ନିୟନ୍ତ୍ରଣ ପାଇଁ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଇଥିଲେ।ଏନେଇ ବନାଞ୍ଚଳ ଅଧିକାରୀ ଶ୍ରୀ ମହାନନ୍ଦ ନିଆଁ ନିୟନ୍ତ୍ରଣ ପାଇଁ ସ୍ଥାନୀୟ ଗ୍ରାମବାସୀ ସହଯୋଗ ଓ ସହଭାଗୀତା କାମନା କରିବା ସହିତ ସରକାରୀ ପ୍ରୋତ୍ସାହନ ରାଶି ତଥା ଅପରାଧି ପାଇଁ ଦଣ୍ଡ ବିଧି ବିଷୟରେ ଆଲୋଚନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ଏହି ସଭାରେ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ବିଭିନ୍ନ ସେକ୍ସନର ବନପାଳ, ବନରକ୍ଷୀ, ଏଲିପେଣ୍ଟ ଓ ଫାୟାର ସ୍କୁର୍ଡ, ବିଭିନ୍ନ ବନ ସୁରକ୍ଷା ସମିତିରୁ ଆସିଥିବା ସଭାପତି, ସଭ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.