ପୁଣିଥରେ କଣ୍ଟେନମେଣ୍ଟ ଜୋନରେ ରୁପ୍ରାରୋଡ, ୭ଦିନ ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ

କଳାହାଣ୍ଡି, (ନିରଞ୍ଜନ ଗଉଡ): କରୋନାର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ନର୍ଲା ବ୍ଲକର ରୁପ୍ରାରୋଡ ବସ୍ତିକୁ ଆଜି (୨୪ ଅପ୍ରେଲ, ଶନିବାର) ସନ୍ଧ୍ୟା ୭ଟାରୁ ଅପ୍ରେଲ ୩୦ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ରୁପ୍ରାରୋଡ ସରପଞ୍ଚ ଚିତ୍ତରଞ୍ଜନ ରଣା ଏହି ଘୋଷଣା କରିଛନ୍ତି। ଏନେଇ ରୁପ୍ରାରୋଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ପତ୍ର ସଂଖ୍ୟା ୪୫/୨୦୨୧ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକୀୟ ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିବ।ପଞ୍ଚାୟତ ଅଞ୍ଚଳର ସମସ୍ତ ଜନସାଧାରଣ ଏହି ନିୟମକୁ ପାଳନ କରିବା ସହ ଅତି ଆବଶ୍ୟକ ନଥିଲେ ବାହାରକୁ ନବାହାରିବାକୁ ସରପଞ୍ଚ ଶ୍ରୀଯୁକ୍ତ ରଣା ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ଅପ୍ରେଲ ୯ରୁ ୧୬ ତାରିିଖ ପର୍ଯ୍ୟନ୍ତ ରୁପ୍ରାରୋଡ କଣ୍ଟେନମେଣ୍ଟ ଜୋନରେ ରହିଥିଲା। ଏହାସତ୍ତ୍ୱେ ମଧ୍ୟ କରୋନାର କଳା ବାଦଳ ନହଟିବାରୁ ଦ୍ବିତୀୟ ଲହରରେ ଦ୍ବିତୀୟ ଥର ପାଇଁ ରୁପ୍ରାରୋଡ ୭ଦିନ ପାଇଁ ସଟଡାଉନ୍ ରେ ରହିବାକୁ ଯାଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.