ଅସହାୟ ପରିବାରକୁ ହରିଶ୍ଚନ୍ଦ୍ର ସହାୟତା ଯୋଗାଇଲେ ମାଣ୍ଡେଲ ସରପଞ୍ଚ

କଳାହାଣ୍ଡି, (ନିରଞ୍ଜନ ଗଉଡ): ନର୍ଲା ବ୍ଲକ ମାଣ୍ଡେଲ ପଞ୍ଚାୟତର ଏକ ଅସହାୟ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ରାଶି ଯୋଗାଇ ଦେଇଛନ୍ତି ସରପଞ୍ଚ ମନୋରମା ବାରିକ। ମାଣ୍ଡେଲ ଗାଁର ପୁରୁନ୍ଦର କରୁଆଁ (୫୫) ଗତ ଅପ୍ରେଲ ୨୦ ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ। ସେ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ମୃତ୍ୟୁ ଦିନ ଗ୍ରାମବାସୀଙ୍କ ସହାୟତାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏହାପରେ ଆଜି ସମାଜସେବୀ ଦିଲୀପ ନାଏକଙ୍କ ଉପସ୍ଥିତିରେ ମାଣ୍ଡେଲ ସରପଞ୍ଚ ମନୋରମା ବାରିକ ମୃତ ପୁରୁନ୍ଦରଙ୍କ ବୋହୁଙ୍କୁ ହରିଶ୍ଚନ୍ଦ୍ର ଯୋଜନାରୁ ୨ହଜାର ଟଙ୍କା ପ୍ରଦାନ କରିବାସହ ସମବେଦନା ଜ୍ଞାପନ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.