ସପ୍ତାହନ୍ତ ସଟ୍‌ଡାଉନକୁ ଜିଲ୍ଳାବାସୀଙ୍କ ସମର୍ଥନ

ସଟଡାଉନରେ ଘରୁ ନ ବାହାରିବା ପାଇଁ ଅମାନିଆଙ୍କୁ ପୋଲିସ କର୍ମଚାରୀ ଦେଉଥିଲେ ପରାମର୍ଶ

ଖାଁ ଖାଁ ଲାଗିଲା ଜନଗହଳିପୂର୍ଣ୍ଣ ରାୟଗଡ ସହର 

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳାରେ ମହାମାରୀ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମିତଙ୍କ ସଂଖ୍ୟା ତଥା ବ୍ୟାପୁଥିବା କରୋନା ସଂକ୍ରମଣକୁ ବ୍ରେକ୍ ଦେବାକୁ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳାରେ ମଧ୍ୟ ଶନିବାର ଭୋର ୫ଟାରୁ ଆସନ୍ତା ସୋମବାର ଭୋର ୫ଟା ପର୍ଯ୍ୟନ୍ତ ଦୁଇ ଦିନ ଧରି ସପ୍ତାହନ୍ତ ସଟଡାଉନକୁ କଡାକଡି ଭାବେ ଜିଲ୍ଳାରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ନିବେଦନ କରିଥିଲେ । ଜିଲ୍ଳାର ଗୁଣପୁର, ଗୁଡାରୀ, ମୁନିଗୁଡା ଓ ରାୟଗଡ ସହରରେ ସଟଡାଉନ୍ ଘୋଷଣା ହୋଇଥିବା ବେଳେ ଫଳସ୍ୱରୂପ ଜିଲ୍ଳାରେ ସପ୍ତାହନ୍ତ ସଟ୍‌ଡାଉନର ପ୍ରଥମ ଦିନରେ ଜିଲ୍ଳାବାସୀଙ୍କ ସଂପୂର୍ଣ୍ଣ ସମର୍ଥନ ଯୋଗୁଁ ଏହା ସଫଳ ହୋଇଥିବା ପରିିଲିକ୍ଷିତ ହୋଇଛି । ଜନଗହଳିପୂର୍ଣ୍ଣ ରାୟଗଡ ସହର ମଧ୍ୟ ସଟଡାଉନ ଯୋଗୁଁ ଖାଁ ଖାଁ ହୋଇପଡିଥିଲା ।

Omkar Vasthu
Omkar Vasthu


୩୨୬ ନମ୍ବର ଜାତୀୟ ରାଜପଥ ତଥା ଜିଲ୍ଳାର ସମସ୍ତ ରାଜ୍ୟ ରାଜପଥରେରେ କେବଳ ମାଲବାହୀ ଗାଡିଗୁଡିକ ଏବଂ ଜରୁରୀକାଳନୀ ସେବା ଯୋଗାଉଥିବା ଆମ୍ବୁଲାନ୍ସ, ଦମକଳ ବାହିନୀ ଓ ପୋଲିସ ଗାଡିର ଚଳାଚଳ ଦେଖିବାକୁ ମିଳିଥିଲା । ଅପରପକ୍ଷେ ବସ ମାଲିକ ସଂଘ ସମେତ ଅନ୍ୟ ମୋଟର ସଂଘଗୁଡିକ ପକ୍ଷରୁ ସଟଡାଉନକୁ ସମର୍ଥନ ଜଣାଇ ବସ, ଅଟୋ ସେବା ଆଦି ବନ୍ଦ ରହିଥିଲା । କେବଳ ଜରୁରୀକାଳନୀ ସେବାରେ ଡାକ୍ତରଖାନା, ମେଡିକାଲ ଷ୍ଟୋର, ପେଟ୍ରୋଲ ଫିଲିଙ୍ଗ ଷ୍ଟେସନ, ଗ୍ୟାସ ଓ କୋରିୟର ଡେଲିଭରୀ ଆଦି ସେବାଗୁଡିକ ଚାଲୁ ରହିଥିବା ଦେଖିବାକୁ ମିଳିଛି । ରାୟଗଡ ଜିଲ୍ଳା ସଦର ମହକୁମାର ସ୍ଥାନୀୟ କପିଳାସ ଛକ ଠାରେ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ସଟଡାଉନ ପାଳନର ଅନୁଧ୍ୟାନ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna


ନିୟୋଜିତ ପୋଲିସ କର୍ମଚାରୀମାନେ ବାଇକ, କାର ଆଦି ଗାଡିଗୁଡିକରେ ଯାତାୟାତ କରୁଥିବା ଲୋକଙ୍କୁ ଚଳାଚଳ କରିବାର କାରଣ ପଚାରି ବାହାରେ ନ ବୁଲି ସଟଡାଉନ ନିୟମକୁ ମାନି ଚଳିବାକୁ ପରାମର୍ଶ ଦେଉଥିବା ବେଳେ ଟାଉନ ଥାନା ପକ୍ଷରୁ ସହରର ସମସ୍ତ ଅଂଚଳରେ ପେଟ୍ରୋଲିଂ କରାଯାଇଥିଲା । ସେହିପର ସହରରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକର ସମର୍ଥନ ଯୋଗୁଁ ଦୋକାନ ବଜାର ବନ୍ଦ ରହିଥିଲା । ଅପରପକ୍ଷେ ଅଟୋ ସେବା ବନ୍ଦ ରହିଥିବାରୁ ବସ ଓ ରେଳ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.