ବ୍ଲକ ପ୍ରଶାସନ ଓ ବଣିକ ସଂଘର ବୈଠକ: ବିଶ୍ୱନାଥପୁର ସହରକୁ ସପ୍ତାହରେ ୨ ଦିନ ବନ୍ଦ ରଖିବାକୁ ନିଷ୍ପତ୍ତି

ଲାଞ୍ଜିଗଡ: କରୋନା ପ୍ରକୋପରୁ ଅଞ୍ଚଳବାସୀଙ୍କୁ ସୁରକ୍ଷା ଦେବାପାଇଁ ପ୍ରଶାସନ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଛି। ଗତ କିଛିଦିନ ହେଲା ଲାଞ୍ଜିଗଡ ବ୍ଲକରେ ୮୦ରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଲୋକଙ୍କ ଚିନ୍ତା ବଢିଯାଇଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱନାଥପୁର ସହରକୁ ସଟଡାଉନ୍ ଘୋଷଣା କରିବା ପାଇଁ ବିଶ୍ୱନାଥପୁର ବଣିକସଂଘ, ବ୍ଲକ ପ୍ରସଶନ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୁକ୍ରବାର ସନ୍ଧ୍ୟାରେ ବିଶ୍ୱନାଥପୁର ତ୍ରିନାଥ ମନ୍ଦିରଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏନେଇ ସମସ୍ତଙ୍କ ସହମତିରେ ସପ୍ତାହରେ ଦୁଇଦିନ ଶନିବାର ଓ ରବିବାର ସମସ୍ତ ଦୋକାନ ବଜାର ବନ୍ଦ ରଖିବା ସହିତ ଅନ୍ୟ ଦିନ ମାନଙ୍କରେ ସକାଳ ୭ ଘଣ୍ଟା ଠାରୁ ସନ୍ଧ୍ୟା ୭ ଘଣ୍ଟା ପର୍ଯ୍ୟନ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ଖୋଲିବା, ଦୋକାନ ସମ୍ମୁଖରେ ଗ୍ରାହକଙ୍କୁ ସାମାଜିକ ଦୂରତା ସହିତ ମାସ ପିନ୍ଧିବା ତଥା ଏହି ନିୟମ ଯେଉଁ ଦୋକାନୀ ପାଳନ କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଁ ଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏନେଇ ଶନିବାର ବିଶ୍ୱନାଥପୁର ସମସ୍ତ ଦୋକାନ ବଜାର ବନ୍ଦ ଦେଖିବାକୁ ମିଳିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ବୈଠକରେ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ କୁମାରୀ ମାଝୀ, ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ, ତ୍ରିନାଥ ମନ୍ଧିର ସଭାପତି ମନ ବିଶି, ଧବଳେଶ୍ବର ଠେଲା ବିଶ୍ୱନାଥପୁର ବଣିକ ସଂଘର ସମସ୍ତ ସଦସ୍ୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.